ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍, ଲୋକେ ହୋଇପାରନ୍ତି ହନ୍ତସନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଟୁଇନ୍‌ସିଟିରେ କଂଗ୍ରେସର ଚକା ଜାମ୍। କଟକ ଓ ଭୁବନେଶ୍ୱରରେ ଆଜି ସକାଳ ୬ରୁ ଆରମ୍ଭ ହୋଇ ଏହି ଆନ୍ଦୋଳନ ଦିନ ୧୨ଟା ଯାଏଁ ଚାଲିବ। କଟକ ଓ ଭୁବନେଶ୍ୱରର ବିଭିନ୍ନ ଛକରେ ନେତା ଓ କର୍ମୀ ସାଧାରଣ ଲୋକଙ୍କୁ ଗାଡି ମଟର ବନ୍ଦ କରିବା ପାଇଁ ଅନୁରୋଧ କରିବେ। ଖାଲି ସେତିକି ନୁହେଁ ପେଟ୍ରୋଲ ଉପରେ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍ ମଧ୍ୟ […]

Baramunda-Bus-Stand-750x430

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 06:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଟୁଇନ୍‌ସିଟିରେ କଂଗ୍ରେସର ଚକା ଜାମ୍। କଟକ ଓ ଭୁବନେଶ୍ୱରରେ ଆଜି ସକାଳ ୬ରୁ ଆରମ୍ଭ ହୋଇ ଏହି ଆନ୍ଦୋଳନ ଦିନ ୧୨ଟା ଯାଏଁ ଚାଲିବ। କଟକ ଓ ଭୁବନେଶ୍ୱରର ବିଭିନ୍ନ ଛକରେ ନେତା ଓ କର୍ମୀ ସାଧାରଣ ଲୋକଙ୍କୁ ଗାଡି ମଟର ବନ୍ଦ କରିବା ପାଇଁ ଅନୁରୋଧ କରିବେ। ଖାଲି ସେତିକି ନୁହେଁ ପେଟ୍ରୋଲ ଉପରେ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍ ମଧ୍ୟ ହ୍ରାସ କରିବାକୁ ଦଳ ଦାବି କରିଛି। କଂଗ୍ରେସର ଚକା ଜାମ ଡାକରାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ। ଟୁଇନସିଟିରେ ୨୦ରୁ ୨୫ ପ୍ଳାଟୁନ୍ ପୋଲିସ୍ ମୁତୟନ ହେବେ। ପ୍ରମୁଖ ଛକଗୁଡ଼ିକ ଉପରେ ପୋଲିସର ଫୋକସ୍ ରହିବ।

Related story