ପିସିସି ପାଳିଲା କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭାରତୀୟ ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଆଜି ରାଜ୍ୟସ୍ତରରେ ଭୁବନେଶ୍ୱରର କଂଗ୍ରେସ ଭବନଠାରେ ପାଳିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ଦଳୀୟ ନେତାମାନେ ‘ଦେଶ ବଞ୍ଚାଅ- ସମ୍ବିଧାନ ବଞ୍ଚାଅ’  ଶୀର୍ଷକ ଉପରେ ଆଲୋଚନା କରିବା ସହ ଦେଶରେ ସମ୍ବିଧାନର ଅବକ୍ଷୟମୁଖୀକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ପୂର୍ବାହ୍ନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତ୍ତୋଳନ […]

b-9087

Tapas Behera
  • Published: Saturday, 28 December 2019
  • , Updated: 28 December 2019, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭାରତୀୟ ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଆଜି ରାଜ୍ୟସ୍ତରରେ ଭୁବନେଶ୍ୱରର କଂଗ୍ରେସ ଭବନଠାରେ ପାଳିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ଦଳୀୟ ନେତାମାନେ ‘ଦେଶ ବଞ୍ଚାଅ- ସମ୍ବିଧାନ ବଞ୍ଚାଅ’  ଶୀର୍ଷକ ଉପରେ ଆଲୋଚନା କରିବା ସହ ଦେଶରେ ସମ୍ବିଧାନର ଅବକ୍ଷୟମୁଖୀକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ।
ପ୍ରତିଷ୍ଠା ଦିବସ ଅବସରରେ ପୂର୍ବାହ୍ନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତ୍ତୋଳନ କରି ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଆୟୋଜିତ ‘ଦେଶ ବଞ୍ଚାଅ- ସମ୍ବିଧାନ ବଞ୍ଚାଅ’ ଶୀର୍ଷକ ଏକ ବୈଠକରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ କଂଗ୍ରେସ ଆଜି ୧୩୪ ବର୍ଷରେ ପଦାର୍ପଣ କରୁଛି। ଏହି ଦଳର ଜଣେ ସୈନିକ ହିସାବରେ ଆମ୍ଭେମାନେ ଆଜି ଗର୍ବିତ । ଦେଶର ଏକତା, ଅଖଣ୍ଡତା ଓ ସଂହତି କଂଗ୍ରେସର ମୂଳଲକ୍ଷ୍ୟ ଥିଲା । କିନ୍ତୁ ଆଜି ସମ୍ବିଧାନକୁ ଛିନଭିନ୍ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଛି । ସେଥିପ୍ରତି କଂଗ୍ରେସ କର୍ମୀ ତଥା ଜନସାଧାରଣ ସତର୍କ ରହିବା ଦରକାର। ସେହିଭଳି ବିଜେଡି ସରକାର କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେଉଥିବାବେଳେ ରାଜ୍ୟରେ ବିରୋଧ କରି ଦୋମୁହାଁ ନୀତି ଆପଣାଉଥିବାରୁ ସେ ସମାଲୋଚନା କରିଥିଲେ । ଆଜି ଦେଶ ଯେଭଳି ଭାବରେ ଖଣ୍ଡ ବିଖଣ୍ଡିତ ଆଡ଼କୁ ଗତି କରୁଛି ସେଥିପ୍ରତି ସମସ୍ତ କର୍ମୀ ‘ଦେଶ ବଞ୍ଚାଅ - ସମ୍ବିଧାନ ବଞ୍ଚାଅ’ ପ୍ରତି ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଶ୍ରୀ ପଟ୍ଟନାୟକ ଭାରତର ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ, ଜୟଦେବ ଜେନା, ଶରତ ପଟ୍ଟନାୟକ,ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ ପ୍ରମୁଖ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ, ଆଦର୍ଶ ଏବଂ ବଳିଦାନ ସଂପର୍କରେ ଆଲୋକପାତ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ମାନସ ଚୌଧୁରୀ ପରିଚାଳନା କରିଥିବାବେଳେ ଅନନ୍ତ ପ୍ରସାଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ପରେ ‘ଦେଶ ବଞ୍ଚାଅ – ସମ୍ବାଧାନ ବଞ୍ଚାଅ’ ଉଦ୍ଦେଶ୍ୟରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବିଭିନ୍ନ ସରକାର ବିରୋଧି ସ୍ଲୋଗାନମାନ ଦେଇ କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଦେଇ ପୁଣି କଂଗ୍ରେସ ଭବନଠାରେ ପହଞ୍ôଚଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ବିଧାୟକ ଦଳନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, କିଶୋର ଚନ୍ଦ୍ର ପଟେଲ, ଗୁରୁପଦ ନନ୍ଦ, ଗଣେଶ୍ୱର ବେହେରା, ସମୀର କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ପଂଚାନନ କାନୁନ୍ଗୋ, ଚିନ୍ମୟ ପ୍ରସାଦ ବେଉରା, ଅଂଶୁମାନ ମହାନ୍ତି, ଡମ୍ବରୁଧର ଉଲାକା, ନବୀନ ଚନ୍ଦ୍ର ନାରାୟଣ ଦାସ, ଉମାବଲ୍ଲଭ ରଥ, ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ସଂଗ୍ରାମ କେଶରୀ ଜେନା, ନବଜ୍ୟୋତି ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ ଓ ସୁରେଶ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Related story