ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା କେବଳ ଏକ ପ୍ରବଂଚନା : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିଚାଳନା ଓ ମୁକାବିଲାରେ ରାଜ୍ୟ ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ନିଷ୍ପତ୍ତି ଏକ ପ୍ରବଂଚନାରେ ପରିଣତ ହୋଇଛି ଓ ଏହା ନବୀନ ପଟ୍ଟନାୟକ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି ବୋଲି ପିସିସି କହିଛି। ଏହା ସହିତ ମୋଦି ସରକାରକୁ ମଧ୍ୟ ଶ୍ରୀ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ […]

niranjan

Manoranjan Sial
  • Published: Monday, 01 June 2020
  • , Updated: 01 June 2020, 06:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିଚାଳନା ଓ ମୁକାବିଲାରେ ରାଜ୍ୟ ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ନିଷ୍ପତ୍ତି ଏକ ପ୍ରବଂଚନାରେ ପରିଣତ ହୋଇଛି ଓ ଏହା ନବୀନ ପଟ୍ଟନାୟକ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି ବୋଲି ପିସିସି କହିଛି। ଏହା ସହିତ ମୋଦି ସରକାରକୁ ମଧ୍ୟ ଶ୍ରୀ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ କରୋନା ପରିଚାଳନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଲୋକଦେଖାଣିଆ ଭାବରେ ରାଜ୍ୟ ସରକାର ଏପ୍ରିଲ ୧୯ ତାରିଖରେ ସରପଂଚଙ୍କୁ ଜିଲ୍ଲାପାଳର କ୍ଷମତା ପ୍ରଦାନ ନିଷ୍ପତି ନେଲେ। ଯାହା ଏବେ ଏକ ପ୍ରବଚଂନାରେ ପରିଣତ ହୋଇଛି। ପ୍ରତ୍ୟେକ ପଂଚାୟତରେ ସଙ୍ଗରୋଧ ଗୃହରେ ହେଉଥିବା ଅବ୍ୟବସ୍ଥା ଚରମ ସୀମାରେ ପହଂଚିଛି ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କାର୍ଯ୍ୟ କରୁଛି। ଜିଲ୍ଲାପାଳଙ୍କ କ୍ଷମତା ନାଁରେ ସରପଂଚଙ୍କର ରିମୋଟ୍ ବିଡିଓଙ୍କ ହାତରେ ଦିଆଯାଇଛି। ସରକାର ଘୋଷଣା କରିଥିବା ଅର୍ଥ ସହାୟତା ରାଶି ଏବେସୁଦ୍ଧା ପଂଚାୟତଗୁଡ଼ିକୁ ଦିଆଯାଇନାହିଁ । କରୋନା ବିପତ୍ତିର ମୁକାବିଲା ପାଇଁ ଆସିଥିବା ସୁରକ୍ଷା ସଂରଞ୍ଜାମ (ପିପିଇ) କିଟକୁ ସରକାର ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୃଷି କ୍ଷେତ୍ରରୁ ଲୋକ ଦୂରେଇ ଯିବା, ରାଜ୍ୟରେ ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ ହେବା ବା ଋଗଣ ଅବସ୍ଥାକୁ ଚାଲିଯିବା ଏ ସରକାରଙ୍କର ନିକ୍କମାପଣିଆକୁ ପଦାରେ ପକାଇଛି । କେବଳ ସେତିକି ନୁହେଁ ରାଜ୍ୟରେ କାମଧନ୍ଦା ନପାଇ ପ୍ରବାସରେ ପେଟ ଚାଖଣ୍ଡକ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଲୋକ କଠିନ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ଦିନକୁ ୧୨ରୁ ୧୮ ଘଂଟା କାମ କରିବା ଭଳି ନିଷ୍ଠୁର ସତ୍ୟ ଏବେ ଜଣାପଡ଼ିଲା । ବଲିଉଡ୍ ଅଭିନେତା ସୋନୁ ସୁଦ୍ କେରଳରେ କାମ କରୁଥିବା କେନ୍ଦ୍ରାପଡ଼ାର ୧୬୯ ଜଣଙ୍କୁ ଉଦ୍ଧାର କରିବା ଓ ନବରଙ୍ଗପୁରର ଝିଅ କଂଗ୍ରେସ ଦଳର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ଦ୍ୱାରା ଉଦ୍ଧାର ହେବା ପରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ପାଠ ଅଧାରୁ ଛାଡ଼ି ପରିବାର ଚଳାଇବା ଲାଗି ପ୍ରବାସୀ ହୋଇ ଯାଇଥିଲେ। ରାଜ୍ୟର ଗ୍ରାମାଚଂଳରେ ଦିନକୁ ଦିନ ଦାରିଦ୍ର‌୍ୟର ଉତ୍ପୀଡ଼ନ ବଢିବାକୁ ଲାଗିଥିବାକୁ ଏହା ପ୍ରମାଣିତ କରୁଛି।

ସେହିପରି ମୋଦି ସରକାରର ବର୍ଷପୂର୍ତ୍ତିକୁ କଡ଼ା ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋଦି ସରକାରଙ୍କ ୬ବର୍ଷ ନିରାଶା ଓ ହତାଶ ସମୟ ଭାବେ ଚଳନ୍ତି ଇତିହାସରେ ସ୍ଥାନ ପାଇସାରିଲାଣି। ମୋଦି ସରକାର ମହାମାରୀର ବାସ୍ତବ ଚିତ୍ର ନଦେଖାଇ କାଳ୍ପନିକ ଚିତ୍ର ଆଙ୍କିଛନ୍ତି । ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲେ ଦେଶଦ୍ରୋହୀ ସହ ତୁଳନା କରୁଥିଲେ। ଏବେ ପ୍ରତି ଲିଟରରେ କେନ୍ଦ୍ର ସରକାର ୫୦ଟଙ୍କା ଅଧିକ ନେଉଛନ୍ତି। ଡାହା ମିଛ କହି ଶାସନ କରୁଛନ୍ତି । ୫ ଟ୍ରିଲିୟନ ସ୍ୱପ୍ନ ଦେଖାଇଥିଲେ,ଏବେ କୁଆଡ଼େ ଗଲା। ଅର୍ଥନୀତି ପରିଚାଳନାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଅଭିଯୋଗ କରି କହିଛନ୍ତି ଯେ,ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାର କାରଣ ନିଜେ ପ୍ରଧାନମନ୍ତ୍ରୀ ମୋଦି। ଉପଯୁକ୍ତ ସମୟ ନଦେଇ ଲକ୍‌ଡାଉନ୍ ଭଳି ଏକ ଦିଶାହୀନ ନିଷ୍ପତ୍ତି ଫଳରେ ପ୍ରବାସୀ ଶ୍ରମିକମାନେ ଅକଥନୀୟ ଯନ୍ତ୍ରଣାର ସମ୍ମୁଖିନ ହେଲେ ଏବଂ ହେଉଛନ୍ତି ମଧ୍ୟ। ନିଜର ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ଦେଶରେ କରୋନା ସଂକ୍ରମଣର ହାର ଲକଡାଉନ ଥିବା ସତ୍ୱେ ପାଖାପାଖି ୨ ଲକ୍ଷରେ ପହଂଚିଲାଣି। ଯଦି ପ୍ରଧାନମନ୍ତ୍ରୀ ଫେବୃୟାରୀ ମାସରୁ ରାହୁଲ ଗାନ୍ଧୀଙ୍କ ସତର୍କ ସୂଚନାକୁ ଆଧାର କରି ସଠିକ୍ ନିଷ୍ପତ୍ତି ନେଇ ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବାର ବ୍ୟବସ୍ଥା କରିଥାନ୍ତେ, ତାହା ହେଲେ ଭାରତରେ ସଂକ୍ରମଣର ଏ ଭୟାବହତା ଦେଖିବାକୁ ମିଳିନଥାନ୍ତା। ପଡୋଶୀ ରାଷ୍ଟ୍ର ନେପାଳ ସହିତ ଭାରତର ବନ୍ଧୁତା ଦୀର୍ଘ ଦିନର ହୋଇଥିବା ସତ୍ୱେ, ମୋଦି ସରକାରଙ୍କ ବିଫଳ ବୈଦେଶିକ ନୀତି ପାଇଁ ନେପାଳ ଆଜି ଆମ ବିରୁଦ୍ଧରେ ଠିଆ ହେବାର ସାହସ କରୁଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

Related story