କଲେଜ ପ୍ରିନ୍ସିପାଲଙ୍କୁ ଧମକ ଦେଇ କ୍ରୀଡ଼ା ମନ୍ତ୍ରୀ ଅଡ଼ୁଆରେ, ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାକଟପୁରସ୍ଥିତ ମଙ୍ଗଳା ମହାବିଦ୍ୟାଳୟ ପ୍ରିନ୍ସିପାଲ କାଳୀଚରଣ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ୍ ସ୍ୱାଧିନ ନାୟକଙ୍କ ଧମକ ଦେବା ଓ ଏହି ସମସ୍ତ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ପ୍ରଦେଶ କଂଗ୍ରେସ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଜଣେ ମହିଳାଙ୍କୁ ମଙ୍ଗଳା କଲେଜରେ ଚାକିରି ଦେବା […]

vlc-1

vlc-1

Tapas Behera
  • Published: Wednesday, 09 September 2020
  • Updated: 09 September 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାକଟପୁରସ୍ଥିତ ମଙ୍ଗଳା ମହାବିଦ୍ୟାଳୟ ପ୍ରିନ୍ସିପାଲ କାଳୀଚରଣ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ୍ ସ୍ୱାଧିନ ନାୟକଙ୍କ ଧମକ ଦେବା ଓ ଏହି ସମସ୍ତ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ପ୍ରଦେଶ କଂଗ୍ରେସ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଜଣେ ମହିଳାଙ୍କୁ ମଙ୍ଗଳା କଲେଜରେ ଚାକିରି ଦେବା ପାଇଁ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ ନାୟକ କ୍ରମାଗତ ଭାବେ କଲେଜର ପ୍ରିନ୍ସିପାଲଙ୍କ ଉପରେ ଚାପ ପ୍ରୟୋଗ କରିଆସୁଥିଲେ। ତେବେ ବେଆଇନ କାର୍ଯ୍ୟ ନକରିବା ପାଇଁ କଲେଜ ପ୍ରିନ୍ସିପାଲ ରୋକଠୋକ୍ ମନା କରିଦେଇଥିଲେ। ମାତ୍ର ଗତ ଅଗଷ୍ଟ ୨୬ତାରିଖରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ବେହେରା ତାଙ୍କୁ ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନଙ୍କୁ ଭେଟିବା ପାଇଁ କହିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବ୍ଲକ ଅଧ୍ୟକ୍ଷଙ୍କୁ କଲେଜ ପ୍ରିନ୍ସିପାଲ ଭେଟିଥିଲେ ଓ ସମ୍ପୃକ୍ତା ମହିଳାଙ୍କୁ ଯେନତେନ ପ୍ରକାରେ ଚାକିରି ଦେବା ପାଇଁ ସେ କଲେଜ ପ୍ରିନ୍ସିପାଲ ଶ୍ରୀ ପଟ୍ଟନାୟକଙ୍କୁ ବାଧ୍ୟ କରିଥିଲେ। ମାତ୍ର ଚାକିରି ଆଉ ୪ମାସ ଥିବାରୁ କୌଣସି ବେନିୟମ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଅକ୍ଷମତା ପ୍ରକାଶ କରିବାରୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ହଠାତ୍ ରାଗିଯାଇ ଅଶାଳୀନ ବ୍ୟବହାର କରିଥିଲେ। ଏପରିକି ମନ୍ତ୍ରୀ ଶ୍ରୀ ବେହେରାଙ୍କୁ କହି ପେନସନ୍ ବନ୍ଦ କରିଦେବାର ଧମକ ମଧ୍ୟ ଦେଇଥିଲେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ନାୟକ କଲେଜ ପ୍ରିନ୍ସିପାଲଙ୍କୁ ଏଭଳି ଧମକ ଦେଇଛନ୍ତି।

ଏହି ସମସ୍ତ ଘଟଣାକୁ ଆଧାର କରି କଲେଜ ପ୍ରିନ୍ସିପାଲ ଶ୍ରୀ ପଟ୍ଟନାୟକ କାକଟପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ କାକଟପୁର ଥାନା ପୁଲିସ୍ ଗତ ୨ ତାରିଖରେ ବାଧ୍ୟ ହୋଇ ଏକ ମାମଲା ପଞ୍ଜିକରଣ କରିଛି। ଏହି ଘଟଣାରେ କ୍ରୀଡ଼ାମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏବେ ପୁଣି ଜଣେ ଅଧ୍ୟାପକ ସମାନ ଭାବରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରାଙ୍କଠୁ ଧମକ ପାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ ଓ ତଦନ୍ତ ନସରିବା ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ତାଙ୍କ ମନ୍ତ୍ରୀପଦରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଦାବି କରୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ ଓ କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ ଓ ନରେଶ ମହାନ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story