ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଦା ହେବେ ଜଗତସିଂହପୁର ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଘର ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ତାଙ୍କୁ ତୁରନ୍ତ ହଟାଇବାକୁ ଦାବି କରିଛି। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଂଗ୍ରେସର ଏହି ଦାବିକୁ ଗ୍ରହଣ କରି ଜିଲ୍ଲାପାଳଙ୍କୁ ତୁରନ୍ତ […]

nbio

Tapas Behera
  • Published: Thursday, 01 October 2020
  • , Updated: 01 October 2020, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଘର ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ତାଙ୍କୁ ତୁରନ୍ତ ହଟାଇବାକୁ ଦାବି କରିଛି। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଂଗ୍ରେସର ଏହି ଦାବିକୁ ଗ୍ରହଣ କରି ଜିଲ୍ଲାପାଳଙ୍କୁ ତୁରନ୍ତ ସେଠାରୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଆଜି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତା ଶିବାନନ୍ଦ ରାୟ ଉପସ୍ଥିତ ରହି ଲିଖିତ ଭାବେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ହଟାଇବାକୁ ଦାବି କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ତୁରନ୍ତ ବଳଦି ନକଲେ ନିର୍ବାଚନ ଲଢ଼ିବା ଓ ନ୍ୟାୟ ପାଇବା ସମ୍ଭବପର ନୁହେଁ ବୋଲି କହିଥିଲେ। ଲିଖିତ ଆକାରରେ ସେ ଦେଇଥିବା ଚିଠିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗ୍ରହଣ କରି ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଗତସିଂହପୁର ଜିଲ୍ଲାପାଳଙ୍କୁ ହଟାଇବା ପାଇଁ ଲିଖିତ ଦାବିପତ୍ର ଦେଇଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାପାଳଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଶଙ୍ଖେଶ୍ୱର ପଂଚାୟତରେ ଓ ତାଙ୍କ ପିତା ମଧ୍ୟ ସେହି ପଂଚାୟତର ସରପଂଚ ଥିଲେ। ଜିଲ୍ଲାପାଳଙ୍କ ପରିବାର ଶାସକ ଦଳର ସମର୍ଥକ ହୋଇଥିବାରୁ ଉପନିର୍ବାଚନକୁ ସେ ନିଶ୍ଚୟ ପ୍ରଭାବିତ କରିବେ। ତେଣୁ ତାଙ୍କୁ ତୁରନ୍ତ ସେଠାରୁ ହଟାଇବାକୁ କଂଗ୍ରେସ ଦାବି କରୁଛି। ଶ୍ରୀ ରାଉତରାୟଙ୍କ ସହ ଯାଇଥିବା ପ୍ରତିନିଧି ଦଳରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ ଓ ଦୀପକ ମହାପାତ୍ର ସାମିଲ ଥିଲେ।

Related story