ବିଜେପୁର ଭୋଟ୍ : ୯ ନେତାଙ୍କୁ ଦାୟିତ୍ୱ ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଏଆଇସିସିକୁ ପଠାଇଥିବା ପ୍ରଦେଶ କଂଗ୍ରେସ କମିଟି ଆଜି ଦଳର ୯ଜଣ ବରିଷ୍ଠ ନେତାଙ୍କୁ ବିଜେପୁରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ସେମାନେ ନିଜ ନିଜର ଟିମ୍ ସହ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଜି ବିଜେଡି ମଧ୍ୟ ନିଜର ୧୪ଜଣ ନେତାଙ୍କୁ […]

odisha-govt-declar-special-packgee-for-bijapur

Manoranjan Sial
  • Published: Wednesday, 25 September 2019
  • , Updated: 25 September 2019, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଏଆଇସିସିକୁ ପଠାଇଥିବା ପ୍ରଦେଶ କଂଗ୍ରେସ କମିଟି ଆଜି ଦଳର ୯ଜଣ ବରିଷ୍ଠ ନେତାଙ୍କୁ ବିଜେପୁରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ସେମାନେ ନିଜ ନିଜର ଟିମ୍ ସହ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଜି ବିଜେଡି ମଧ୍ୟ ନିଜର ୧୪ଜଣ ନେତାଙ୍କୁ ବିଜେପୁର ଉପନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛି।

କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ବଦାନ୍ୟ ବ୍ୟକ୍ତି ଓ ଦଳର ନେତାମାନଙ୍କୁ ଆର୍ଥିକ ସହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି। କଂଗ୍ରେସ ପାଖରେ ଏବେ ଅର୍ଥାଭାବ ଥିବାରୁ ସେ ଏଭଳି ସହଯୋଗ ଲୋଡ଼ିଥିବା କହିଛନ୍ତି।

ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ତଦାରଖ ଓ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଯେଉଁ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ସେମାନେ ହେଲେ- ବିଜେପୁର ବ୍ଲକ ନିମନ୍ତେ ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା ଓ ସତ୍ୟଭୂଷଣ ସାହୁ, ବରପାଲି ବ୍ଲକ ପାଇଁ ନିହାର ମହାନନ୍ଦା ଓ ସରୋଜ ମହାପାତ୍ର, ଗାଇସିଲେଟ ବ୍ଲକ ପାଇଁ ପ୍ରକାଶ ଚନ୍ଦ୍ର ଦେବା ଓ ସମରେନ୍ଦ୍ର ମିଶ୍ର, ବରପାଲି ଏନଏଏସି ଦାୟିତ୍ୱରେ ପ୍ରଦୀପ ଦେବତା ଓ ବିଜେପୁର ଏନଏଏସି ଦାୟିତ୍ୱ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ନ୍ୟସ୍ତ କରାଯାଇଛି। ଏହି ନେତାମାନେ ସେମାନଙ୍କୁ ଆବଣ୍ଟିତ ଅଞ୍ଚଳକୁ ଗସ୍ତ କରି ସମ୍ପୃକ୍ତ ବ୍ଲକ, ପଞ୍ଚାୟତ ଓ ଜୋନର ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ଦିଗରେ କାର୍ଯ୍ୟ କରିବାକୁ ପିସିସି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନରେ ପ୍ରଦେଶ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଯେଉଁ ନେତାମାନଙ୍କ ନାଁ ଏଆଇସିସିକୁ ପଠାଇଛି ସେମାନେ ହେଲେ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଓ ରବୀନ୍ଦ୍ର ପଣ୍ଡା ବୋଲି ଜଣାପଡ଼ିଛି।

Related story