ଚୁମନକୁ ସହାୟତାର ହାତ ବଢାଇଲେ ବଲାଙ୍ଗିର ବିଧାୟକ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଚର୍ଚ୍ଚାରେ ଥିଲେ ବଲାଙ୍ଗିରର ପେପର ବଏ ଚୁମନ ରାଓ। ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଆଜି ସେ ଚୁମନକୁ ଭେଟି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଚୁମନ ରାଓଙ୍କ ଅର୍ଦ୍ଧନିର୍ମିତ ଘରକୁ ସଂପୂର୍ଣ୍ଣ କରିବା ଓ ପାଠ ପଢ଼ା ପାଇଁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନରସିଂହ। ପୂର୍ବରୁ ଚୁମନକୁ ଭେଟିଥିଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ସରକାରୀ ସୁବିଧା ସୁଯୋଗ […]

Narasingha Mishra

  • Published: Saturday, 19 November 2022
  • , Updated: 19 November 2022, 07:43 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଚର୍ଚ୍ଚାରେ ଥିଲେ ବଲାଙ୍ଗିରର ପେପର ବଏ ଚୁମନ ରାଓ। ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଆଜି ସେ ଚୁମନକୁ ଭେଟି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଚୁମନ ରାଓଙ୍କ ଅର୍ଦ୍ଧନିର୍ମିତ ଘରକୁ ସଂପୂର୍ଣ୍ଣ କରିବା ଓ ପାଠ ପଢ଼ା ପାଇଁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନରସିଂହ।

ପୂର୍ବରୁ ଚୁମନକୁ ଭେଟିଥିଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତା’ ସହିତ ଵଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ଚୁମନଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ପଡି କାର୍ଡ ପ୍ରଦାନ କରିଥିଲେ। ଏହାଛଡ଼ା ଏକ ଜଣାଶୁଣା କୋଚିଂ ସେଣ୍ଟରରେ ଚୁମନକୁ ମାଗଣାରେ କୋଚିଂ ଦେବାକୁ ବ୍ୟବସ୍ଥା କରିଛନ୍ତି।

ବଲାଙ୍ଗିର କନ୍ଧପାଲି ପଡାର ଚୁମନ ରାଓଙ୍କ ବାପା ସିଭିଲ ରାଓ ଦୁଇ ବର୍ଷ ତଳେ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ତା’ପରେ ଚୁମନଙ୍କ ମାଆ ଟିବି ରୋଗରେ ଆକ୍ରନ୍ତ ହେଲେ। ଯେଉଁଥିପାଇଁ ପରିବାର ଚଳାଇବା କଷ୍ଟକର ହେଲା। ତେଣୁ ଛୋଟ ଭାଇ ଓ ମାଆଙ୍କ ଦାୟିତ୍ୱ ପଡିଥିଲା ଚୁମନଙ୍କ ମୁଣ୍ଡରେ ଉପରେ। ୧୩ ବର୍ଷର ଚୁମନ ପରିବାର ଚଳାଇବା ପାଇଁ ସକାଳୁ ସକାଳୁ ପେପର ବାଣ୍ଟିଲେ। ପେପର ବାଣ୍ଟା ସରିବା ପରେ ଘରକୁ ଆସି ଖାଇଦେଇ ସ୍କୁଲ ଯାଉଥିଲା ଚୁମନ୍‌। ଏହି ଖବର ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା।

Related story