କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସୁର କହିଲେ, ୬୫ ବର୍ଷ ହେଲା ରଥ ଭିଡ଼ି ଆସିଛି। ହେଲେ ସୁପ୍ରିମକୋର୍ଟଙ୍କ ଗତକାଲିର ନିଷ୍ପତ୍ତି ପରେ ରାତିରେ ଶୋଇପାରିନି। ଯାତ୍ରା ଯଦି କରିବାର ନ ଥିଲା କାହିଁକି ଅନୁମତି ଦେଲ, ରଥ ନିର୍ମାଣ କଲ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ନିଜ କ୍ଷୋଭ ପ୍ରକାଶ କରି ସୁର କହିଛନ୍ତି, ଏ ବର୍ଷ ନରେନ୍ଦ୍ର […]

sura-1-1

Niharika Rout
  • Published: Friday, 19 June 2020
  • , Updated: 19 June 2020, 02:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସୁର କହିଲେ, ୬୫ ବର୍ଷ ହେଲା ରଥ ଭିଡ଼ି ଆସିଛି। ହେଲେ ସୁପ୍ରିମକୋର୍ଟଙ୍କ ଗତକାଲିର ନିଷ୍ପତ୍ତି ପରେ ରାତିରେ ଶୋଇପାରିନି। ଯାତ୍ରା ଯଦି କରିବାର ନ ଥିଲା କାହିଁକି ଅନୁମତି ଦେଲ, ରଥ ନିର୍ମାଣ କଲ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ନିଜ କ୍ଷୋଭ ପ୍ରକାଶ କରି ସୁର କହିଛନ୍ତି, ଏ ବର୍ଷ ନରେନ୍ଦ୍ର ମୋଦି ଷଡ଼ଯନ୍ତ୍ର କଲେ। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କୁ ରଥାରୁଢ଼ ହେବାକୁ ଅନୁମତି ମିଳିଲା ନାହିଁ। ଫଳରେ ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗି ଯାଇଛି। ସୁପ୍ରିମକୋର୍ଟଙ୍କ ଜରିଆାରେ ଅନ୍ୟାୟ କରାଯାଇଛି, ଜଗନ୍ନାଥ କେବେ ବି କ୍ଷମା ଦେବେନି ବୋଲି ସେ ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପୁରୀ ରଥଯାତ୍ରାକୁ ବନ୍ଦ ରଖିବାକୁ ରଖିବାକୁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଥିଲେ । ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ, ତା’ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି ଜଷ୍ଟିସ ବୋବଡେ କହିଥିଲେ। କେବଳ ପୁରୀ ନୁହେଁ, ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related story