ଚାଷୀ ଆତ୍ମହତ୍ୟା: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଗତମାସରେ ଆସିଥିବା ବନ୍ୟା ଜଳରେ ଚାଷ ନଷ୍ଟ ହୋଇଯିବା ଓ ଋଣବୋଝ ସମ୍ଭାଳି ନପାରି ଯାଜପୁର ଜିଲ୍ଲାର ଚାଷୀ ରମାକାନ୍ତ ମଳିକ ଆତ୍ମହତ୍ୟା କରିବା ଘଟଣାରେ ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଗତମାସରେ ଆସିଥିବା […]

niranjan

niranjan

Tapas Behera
  • Published: Thursday, 17 September 2020
  • Updated: 17 September 2020, 05:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଗତମାସରେ ଆସିଥିବା ବନ୍ୟା ଜଳରେ ଚାଷ ନଷ୍ଟ ହୋଇଯିବା ଓ ଋଣବୋଝ ସମ୍ଭାଳି ନପାରି ଯାଜପୁର ଜିଲ୍ଲାର ଚାଷୀ ରମାକାନ୍ତ ମଳିକ ଆତ୍ମହତ୍ୟା କରିବା ଘଟଣାରେ ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଗତମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପଦା ପଂଚାୟତର ଦଳିତ ଚାଷୀ ରମାକାନ୍ତ ମଳିକ ଗତ  ୧୦ ତାରିଖ ଶୁକ୍ରବାର ନିଜ ଚାଷଜମି ନିକଟରେ ଥିବା ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକି ରାଜ୍ୟରେ ଚାଷୀକୂଳ ପାଇଁ ମିଥ୍ୟା, ସୁନେଲି ସ୍ୱପ୍ନ ଦେଖାଉଥିବା ୨୧ ବର୍ଷ ଧରି ବିଜେଡି ସରକାରର ଅସଲ ଚେହେରା, ଚରିତ୍ର ଓ ଚାଲାକିକୁ ପଦାରେ ପକାଇ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସର ଅଭିଯୋଗ ଅନୁସାରେ ସ୍ୱର୍ଗତ ରମାକାନ୍ତ ନିଜସ୍ୱ ୨୦ - ୨୨ ଗୁଣ୍ଠ ଜମିରେ ଚାଷ କରିବା ସହ ଅନ୍ୟ ଲୋକର ପାଖାପାଖି ୪ ଏକର ଜମି ଭାଗଚାଷ କରିଥିଲେ। ପ୍ରାୟ ୫୦ ହଜାର ଟଙ୍କା ହାତ ଉଧାରି କରିବା ସହ ନିଜର ଗାଈ ଓ ସ୍ତ୍ରୀର ସୁନା ଜିନିଷ ବିକ୍ରି କରି ଫସଲ କରିଥିଲେ । କିନ୍ତୁ ବନ୍ୟା ତାଙ୍କର ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା। ଏସବୁ ସତ୍ତ୍ୱେ ପ୍ରଶାସନ ତାଙ୍କ ପାଖରେ ନପହଂଚିବା ସରକାରଙ୍କ ଅସଲ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏପରିକି ସରକାରୀ ଦଳର ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକଙ୍କ ଘର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଚାଷୀ ସ୍ୱଗର୍ତ ରମାକାନ୍ତଙ୍କ ଘର ହୋଇଥିଲେ ବି ଏଯାବତ୍ ଶ୍ରୀମତୀ ମଲିକ ତାଙ୍କ ଘରେ ନ ପହଂଚିବା କିମ୍ବା ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦ ସାମାନ୍ୟତମ ସମବେଦନା ନଜଣାଇବା ସମଗ୍ର ଚାଷୀକୂଳ ପ୍ରତି ଚରମ ଉପହାସ। ଏପରି ଏକ ସ୍ପର୍ଶକାତର ଘଟଣାରେ ସରକାରଙ୍କ ଉଦାସୀନତାକୁ ନେଇ କଂଗ୍ରେସ ଲଢେଇ ଜାରି ରଖିଥିବାବେଳେ ବିଜେଡି – ବିଜେପିର ସଲାସୁତୁରା ଓ ମୌନ ନୀରବତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅସଲ ଚେହେରା, ଚାଲ୍ ଓ ଚରିତ୍ରକୁ ପଦାରେ ପକାଇ ଦେଇଛି।

ରେକଡ୍ରସ ପାଣ୍ଠିରୁ ଏପର୍ଯ୍ୟନ୍ତ ମୃତ ଚାଷୀଙ୍କ ପରିବାରକୁ ଟଙ୍କାଟିଏ  ଦିଆନଯିବା ଉପରେ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛି। ଏହାସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ରିଲିଫ ପାଣ୍ଠିରୁ ମୃତ ଚାଷୀର ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଅନ୍ତୁ କଂଗ୍ରେସ ଦାବି କରିଛି। ଏନେଇ କଂଗ୍ରେସ ବିଧିବଦ୍ଧ ଭାବେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛି।
ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଅମୀୟ କୁମାର ପଟ୍ଟନାୟକ, ପଦ୍ମାକର ଗୁରୁ, ମନୋରଞ୍ଜନ ଦାସ, ବିଶ୍ୱଭୂଷଣ ଦାସ, ଶିଶିର କୁମାର ନାୟକ,କନକଲତା ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos