ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦେବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ଶ୍ରୀ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, କୋଭିଡ୍ ମହାମାରୀ ଆରମ୍ଭ ହେବା ଦିନଠୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ଦିଆଯାଉ ନାହିଁ। ତେବେ ଆସନ୍ତା ଡିସେମ୍ବର ୧ତାରିଖରୁ ଆରମ୍ଭ ହେଉଥିବା […]

congress-leader-narasingha-mishra

Ordigital Desk
  • Published: Monday, 29 November 2021
  • , Updated: 29 November 2021, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦେବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।

ଶ୍ରୀ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, କୋଭିଡ୍ ମହାମାରୀ ଆରମ୍ଭ ହେବା ଦିନଠୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ଦିଆଯାଉ ନାହିଁ। ତେବେ ଆସନ୍ତା ଡିସେମ୍ବର ୧ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। କୋଭିଡ୍ ଗାଇଡଲାଇନ ପାଳନ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖବର ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଉ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ଘୋଷଣା ହେବା ଦିନଠୁ ରାଜ୍ୟ ସରକାର ଉଭୟ ବିଧାନସଭା ପ୍ରେସ୍ ଗ୍ୟାଲେରୀ ଓ ସଚିବାଳୟ ମଧ୍ୟକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି।

ସଚିବାଳୟ(ଲୋକସେବା ଭବନ)କୁ ପ୍ରବେଶ ନିମନ୍ତେ ବିଭିନ୍ନ ସାମ୍ବାଦିକ ସଂଗଠନ, ରାଜନୀତିକ ଦଳ ପକ୍ଷରୁ ସରକାରଙ୍କ ଉପରେ ଚାପ ପ୍ରୟୋଗ ସହ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସାମ୍ବାଦିକଙ୍କୁ ପ୍ରବେଶ କରିବାକୁ ସରକାର ଅନୁମତି ଦେଇନାହାନ୍ତି।

Related story