ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଭୟାବହତା ନେଇ ସଚେତନ କରାଇଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ଏହା ଦାରୁଣ ପରିସ୍ଥିତି। ୬୦ ବର୍ଷ ଭିତରେ ଏଭଳି ମହାବିପତ୍ତି କେବେ ଦେଖାଦେଇନଥିଲା।ହସ୍ପିଟାଲରେ ବେଡ୍ନାହିଁ। ଏଥର କରୋନା ମହାମାରୀ ମହା ଡେଞ୍ଜର ହୋଇଛି। ଦୁଇ ଦିନ ଭିତରେ ଫୁସ୍ଫୁସ୍ ଡ୍ୟାମେଜ କରିଦେଉଛି। ଯୁବ ଭାଇ ଓ ଭଉଣୀମାନେ ଚାଲି ଯାଉଛନ୍ତି। ଏଣୁ ସମସ୍ତେ ସଚେତନ ରୁହନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେତାଇ ଦେବାକୁ ଯାଇ ସୁର ରାଉତରାୟ କହିଛନ୍ତି-“ନରେନ୍ଦ୍ର ମୋଦି ତୁମେ ଚେତିପାରୁନ। ତୁମ ଯୋଗୁ ଏବେ ଭାରତବର୍ଷ ଜଳୁଛି କରୋନାରେ। ପଶ୍ଚିମବଙ୍ଗରେ ନିର୍ବାଚନ ଓ କୁମ୍ଭମେଳା କରାଇ କରୋନା ବଢାଇଦେଲ।
ପ୍ରବାସୀ ପ୍ରସଙ୍ଗରେ ସୁର ଭାଇ କହିଛନ୍ତି-“ନବୀନବାବୁ ତୁମେ ଆଉ ମୋଦିଙ୍କ ପଛରେ ଗୋଡାଅନି। ପ୍ରବାସୀ ଓଡ଼ିଆ ବାହାରେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ ସେଠାରେ ଚିକିତ୍ସା ଦିଅ। ସେମାନଙ୍କୁ ବଞ୍ଚିବା ପାଇଁ ଯୋଜନା ଦିଅ। କାମ ଧନ୍ଦା ଯୋଗାଅ।”
ଟିକା ପ୍ରସଙ୍ଗରେ ସେ କହିଛନ୍ତି-“ସାଢ଼େ ଚାରି କୋଟି ଲୋକଙ୍କ ପାଇଁ ଓଡ଼ିଶାକୁ ଏଯାଏ ଆସି ଦେଢ଼ ଲକ୍ଷ କରୋନା ଟିକା। ନବୀନ ବାବୁ ଆଉ ଟିକା ମଗାଅ। ପଇସା ଦିଅ। ସ୍ୱତନ୍ତ୍ର ଅଫିସର ପଠାଅ।”
ସୂଚନାରୁ ପ୍ରକାଶ, ସୁର ଭାଇ ଆମର ବିନ୍ଦାସ୍ ଲୋକ। ଏକଦମ୍ ଖୋଲା ମିଜାଜର। ନିଜର ତୁଣ୍ଡକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଠିକ୍ ସେମିତି କରୋନାକୁ ସମୟରେ ସେ କହିଥିବାକୁ କିଛି କଥାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଗତ ୧୭ ତାରିଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସୁର ଭାଇ କହିଥିଲେ, ପକେଟ୍ରେ ପିଆଜ ରଖିଲେ କରୋନା କୁଆଡ଼େ ପଳାଇବ। ସୁର ଭାଇଙ୍କ ଏହି କଥାଟି ବେଶ୍ ଚର୍ଚ୍ଚାକୁ ଆସିଥିଲା।