ଆତ୍ମହତ୍ୟା ଧମକ ଦେଲେ ତାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ଆଜି ସେ ଧମକ ଦେଇଛନ୍ତି। ତାରା କହିଛନ୍ତି, ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ପଡ଼ିଛି। ପିଲାଙ୍କର ଶିକ୍ଷାଲାଭ କରିବା ଅଧିକାର ଅଛି। କାହିଁକି ସେମାନଙ୍କ ଅଧିକାରକୁ ସରକାର ଛଡ଼ାଇ ନେଇଛନ୍ତି। ଯଦି ସ୍କୁଲ ଶୀଘ୍ର ନ […]

Tara Prasad Bahinipati

Jitendra Garnayak
  • Published: Saturday, 21 November 2020
  • , Updated: 21 November 2020, 02:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ଆଜି ସେ ଧମକ ଦେଇଛନ୍ତି।

ତାରା କହିଛନ୍ତି, ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ପଡ଼ିଛି। ପିଲାଙ୍କର ଶିକ୍ଷାଲାଭ କରିବା ଅଧିକାର ଅଛି। କାହିଁକି ସେମାନଙ୍କ ଅଧିକାରକୁ ସରକାର ଛଡ଼ାଇ ନେଇଛନ୍ତି। ଯଦି ସ୍କୁଲ ଶୀଘ୍ର ନ ଖୋଲାଯାଏ ବା ଏହି ନିଷ୍ପତ୍ତି ନ ବଦଳା ଯାଏ, ତା’ହେଲେ ସେ ବାଚସ୍ପତିଙ୍କ ଆଗରେ ବେକ କାଟି ଦେବେ।

ସେହିପରି ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ ତାରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପୁରୀ ଏସପି ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ବଦଳି କରିଦେଲେ କ’ଣ ହେବ । ବଦଳି କରିବା ଦଣ୍ଡ ନୁହେଁ । ତାଙ୍କୁ ଶୀଘ୍ର ନିଲମ୍ବିତ କରିବା ସହ ଧାରା ୩୦୨ ଆକ୍ଟରେ ଗିରଫ କରାଯାଉ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ । ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ଦିଆଯିବନି।

Related story