ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିଠାରୁ କଂଗ୍ରେସ ପକ୍ଷରୁ ଓଡିଶାରେ କ୍ଷେତି ବଂଚାଅ ଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର କଂଗ୍ରେସ ଭବନରୁୁ ଏକ ଟ୍ରାକ୍ଟର ରାଲି କଟକ ଯାତ୍ରା କରିଛି। ଏହି ରାଲିରେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ କଂଗ୍ରେସ ନେତୃବୃନ୍ଦ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଛି।
ଏହାସହ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ମାରଣ ନିୟମ ବିରୋଧରେ ଗାଁ ଗାଁରେ ଆନ୍ଦୋଳନ ପାଇଁ କଂଗ୍ରେସ ବ୍ୟାପକ ପ୍ରସ୍ତୁତି କରିଥିବା କହିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।
ପ୍ରଥମ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପଂଜାବ ଓ ହରିଆଣାରେ କ୍ଷେତି ବଂଚାଅ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ କଂଗ୍ରେସ ଏହି ଆନ୍ଦୋଳନ କରୁଛି। ନୂଆ କୃଷି ଆଇନ ଚାଷୀ ବିରୋଧୀ କହି ଏହି ଆନ୍ଦୋଳନ କରୁଛି କଂଗ୍ରେସ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା।
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।