ଓଡ଼ିଶାରେ ବନ୍ଦ ସଫଳ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଆଜି ଓଡ଼ିଶାରେ ସଫଳ ହୋଇଛି ବୋଲି କଂଗ୍ରେସ କହିଛି। ଅବଶ୍ୟ ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ସେଭଳି ଅନୁଭୂତ ହୋଇନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଓଡ଼ିଶାରେ ଏହି ‘ଭାରତ ବନ୍ଦ’କୁ ସମର୍ଥନ କରିଥିଲା। ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଦଳର ଜିଲ୍ଲା, ବ୍ଲକ ସଂଗଠନ ସମେତ ସମସ୍ତ […]

niranjan

Tapas Behera
  • Published: Tuesday, 08 December 2020
  • , Updated: 08 December 2020, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଆଜି ଓଡ଼ିଶାରେ ସଫଳ ହୋଇଛି ବୋଲି କଂଗ୍ରେସ କହିଛି। ଅବଶ୍ୟ ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ସେଭଳି ଅନୁଭୂତ ହୋଇନାହିଁ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଓଡ଼ିଶାରେ ଏହି ‘ଭାରତ ବନ୍ଦ’କୁ ସମର୍ଥନ କରିଥିଲା। ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଦଳର ଜିଲ୍ଲା, ବ୍ଲକ ସଂଗଠନ ସମେତ ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା ଓ କର୍ମୀମାନେ ଏହି ବନ୍ଦକୁ ସଫଳ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସକର୍ମୀମାନେ ବନ୍ଦକୁ ସଫଳ କରିଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଜି ସକାଳେ ଭୁବନେଶ୍ୱରର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ମାଷ୍ଟର କ୍ୟାଂଟିନଠାରେ ବିଧାୟକ ସୁରେଶ ରାଉତରାୟ, ଜୟଦେବ ଜେନା, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତିି, ନବଜ୍ୟୋତି ପଟ୍ଟନାୟକ, ସଂଗ୍ରାମ ଜେନା, ରଶ୍ମୀ ମହାନ୍ତି, ଚିନ୍ମୟ ପ୍ରସାଦ ଦାସ, ଯଜେ୍ଞଶ୍ୱର, ଜ୍ଞାନ ବେଉରା, ଆଲୋକ ମହାନ୍ତି, ଲିଙ୍ଗରାଜ ସାହୁ, ଅମୀୟ ପଟ୍ଟନାୟକ, ପଦ୍ମାକର ଗୁରୁ, ସୁଦର୍ଶନ ଦାସ, ରାଜୀବ ପଟ୍ଟନାୟକ, ରଜନୀ ମହାନ୍ତି, ସୁବାଷ ପ୍ରଧାନ, ମାନସ ଆଚାର୍ଯ୍ୟ,ଗୀତାଞ୍ଜଳି ମହାନ୍ତି, ଆଲୋକ ଲେଙ୍କାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଏହି ବନ୍ଦକୁ ସଫଳ କରିବାରେ ସାମିଲ ଥିଲେ। ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ରାଲି ଭୁବନେଶ୍ୱରର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲା। ବନ୍ଦ ସଫଳ ହୋଇଛି ବୋଲି ଦାବି କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related story