କଂଗ୍ରେସର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର, କେନ୍ଦ୍ର ଓ ରାଜ୍ୟର ବିଫଳତାକୁ କଲା ପ୍ରସଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ନେତା ଓ ସାମ୍ବାଦିକମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ ଉପରେ ଦୀର୍ଘସମୟ ଧରି ଆଲୋଚନା କରିବା ସହ ସାଧାରଣ ଲୋକଙ୍କୁ ଏ ସମସ୍ତ ବିଷୟକୁ ଅବଗତ କରିବା ନିମନ୍ତେ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି। ପିସିସି ପ୍ରଶିକ୍ଷଣ ଇନଚାର୍ଜ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ପ୍ରଶିକ୍ଷଣ […]

congress

Manoranjan Sial
  • Published: Wednesday, 03 June 2020
  • , Updated: 03 June 2020, 07:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ନେତା ଓ ସାମ୍ବାଦିକମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ ଉପରେ ଦୀର୍ଘସମୟ ଧରି ଆଲୋଚନା କରିବା ସହ ସାଧାରଣ ଲୋକଙ୍କୁ ଏ ସମସ୍ତ ବିଷୟକୁ ଅବଗତ କରିବା ନିମନ୍ତେ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି।

ପିସିସି ପ୍ରଶିକ୍ଷଣ ଇନଚାର୍ଜ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ପ୍ରଶିକ୍ଷଣ ଶିବିରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦଘାଟନ କରି କହିଥିଲେ ଯେ, କରୋନା ମୁକାବିଲା ଓ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନୀତି ନିଷ୍ପତ୍ତିରେ ଉଭୟ ସରକାର ମଧ୍ୟରେ ତାଳମେଳ ରହୁନାହିଁ। କରୋନା ବିପତ୍ତି ସମୟରେ କେବଳ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ କଂଗ୍ରେସ ଖୁଲାସା କରିବ। ସାଧାରଣ ଜନତାଙ୍କ ପାଖରେ ରହି କଂଗ୍ରେସ ଲଢ଼େଇ ଜାରି ରଖିଛି ଏବଂ ରଖିବ। କରୋନା ଭୟାବହତା ସମ୍ପର୍କରେ ରାହୁଲ ଗାନ୍ଧି ବହୁ ପୂର୍ବରୁ ସଚେତନ କରାଇଥିଲେ ମଧ୍ୟ ମୋଦି ସରକାର ଏହାକୁ କର୍ଣ୍ଣପାତ ନକରି ଗୁଜୁରାଟରେ ନମସ୍ତେ ଟ୍ରମ୍ପ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଓ ଅନ୍ୟ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହିଲେ। ଆଉ ଯେତେବେଳେ କରୋନା କଥା ଭାବିଲେ ସେତେବେଳେକୁ ସବୁଆଡ଼େ ଏହା ମାଡ଼ିଗଲାଣି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେହିପରି ଏଆଇସିସି ଟ୍ରେନିଂ ଇନଚାର୍ଜ ସଚିନ ରାଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ଅଭିଭାଷଣରେ ଦେଶରେ ବ୍ୟାପିଥିବା କରୋନା ଏକ ମୋଦି ନିର୍ମିତ ବିପର୍ଯ୍ୟୟ ବୋଲି କହିଥିଲେ । ସେ ମୋଦି ସରକାରଙ୍କ ବିଫଳତା ଓ ପ୍ରବାସୀ ଶ୍ରମିକଙ୍କ ଦୟନୀୟ ଅବସ୍ଥାର କରୁଣ ଚିତ୍ର ଉଲ୍ଲେଖ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରାଙ୍କ ସମେତ ବରିଷ୍ଠ ସାମ୍ବାଦିକ ରବିଦାସ ଓ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର ଏବଂ କଂଗ୍ରେସ ନେତା ସୁଦର୍ଶନ ଦାସ ଓ ଜ୍ଞାନଦେବ ବେଉରା, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ନିଜ ଅଭିଭାଷଣ ମାଧ୍ୟମରେ ମୋଦି ସରକାରଙ୍କ ୨୦ଲକ୍ଷ କୋଟି ଓ ନବୀନ ସରକାରଙ୍କ ୧୭ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଗରିବ ଲୋକଙ୍କ ପାଇଁ କିଭଳି ଉପହାସ, କରୋନା ମୁକାବିଲାରେ ରାଜ୍ୟ ସରକାର କେତେ ସମର୍ଥ, ଲକଡାଉନ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାରୁସାମିଲ ହୋଇଥିବା ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ।

ସାମାଜିକ ଦୂରତ୍ୱ ପାଳନ ସହ ମାସ୍କ ଓ ସାନିଟାଇଜର ଉପଯୋଗ କରି ପ୍ରତିନିଧିମାନେ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Related story