କଂଗ୍ରେସର ରଣହୁଙ୍କାର; ସମୀର ଦାଶ ବିଦା ନ ହେବା ଯାଏ ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦାୟୀ ।  ହେଲେ ନା ତାଙ୍କୁ ଗିରଫ କରାଯାଉଛି, ନା ମନ୍ତ୍ରୀପଦରୁ ବିଦା କରାଯାଉଛି। ରାଜ୍ୟରେ ଘୋର ଅନ୍ୟାୟ ଘଟୁଥିବା ବେଳେ ଚୁପ୍‌ ରହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସମୀର ଦାଶଙ୍କୁ ବିଦା ନ କରିବା ଯାଏ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ।’ ଆଜି ଏପରି ରଣହୁଙ୍କାର ଦେଇ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ନବୀନ ନିବାସ ଘେରାଉ କରିବା […]

congress

  • Published: Saturday, 29 October 2022
  • , Updated: 29 October 2022, 01:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦାୟୀ ।  ହେଲେ ନା ତାଙ୍କୁ ଗିରଫ କରାଯାଉଛି, ନା ମନ୍ତ୍ରୀପଦରୁ ବିଦା କରାଯାଉଛି। ରାଜ୍ୟରେ ଘୋର ଅନ୍ୟାୟ ଘଟୁଥିବା ବେଳେ ଚୁପ୍‌ ରହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସମୀର ଦାଶଙ୍କୁ ବିଦା ନ କରିବା ଯାଏ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ।’ ଆଜି ଏପରି ରଣହୁଙ୍କାର ଦେଇ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ।

ନବୀନ ନିବାସ ଘେରାଉ କରିବା ପାଇଁ ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ବିଭିନ୍ନ ସ୍ଲୋଗାନ ଦେଇ ନବୀନ ନିବାସମୁହାଁ ହେଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୁଲିସ୍‌। ଉଭୟ ପୁଲିସ୍‌ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା।

[caption id="attachment_777572" align="aligncenter" width="650"] କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି ପୁଲିସ୍‌ ।[/caption]

କଂଗ୍ରେସ କର୍ମୀମାନେ ବାରିକେଡ ଡେଇଁ ଯିବାକୁ ଉଦ୍ୟମ ହେଉଥିବା ବେଳ ପୁଲିସ୍‌ ସେମାନଙ୍କୁ ଟେକି ନେଇ ଯାଇଥିଲା।  ଏହାକୁ ନେଇ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ କର୍ମୀମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି  ।

ଏନେଇ ଜଣେ ଛାତ୍ର କଂଗ୍ରେସ କର୍ମକର୍ତ୍ତା କହିଛନ୍ତି, ଜଣକ ପରେ ଜଣେ ମନ୍ତ୍ରୀ ବିଭିନ୍ନ କେଳେଙ୍କାରିରେ ଛନ୍ଦି ହେଉଛନ୍ତି। ହେଲେ ପୁଲିସ୍‌ ନିଷ୍କ୍ରିୟ। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଚୁପ୍‌। ରାଜ୍ୟରେ ଘୋର ଅନ୍ୟାୟ ଘଟୁଛି । ନବୀନଙ୍କ ନିଦ ଭାଙ୍ଗିବା ପର୍ଯ୍ୟନ୍ତ  ଆନ୍ଦୋଳନ କରିବୁ।

ଏଥିସହ ଆଉ ଜଣେ କର୍ମକର୍ତ୍ତା କହିଛନ୍ତି, ମନ୍ତ୍ରୀ ସମୀର ଦାଶଙ୍କ ପରି ଜଣେ କଳଙ୍କିତ ବ୍ୟକ୍ତି ଧର୍ମେନ୍ଦ୍ର ସାହୁ ହତ୍ୟାକାଣ୍ଡରେ ସମ୍ପୃକ୍ତି ପ୍ରମାଣ ମିଳିଥିବା ବେଳେ ତାଙ୍କୁ କଢ଼ାଯାଉନି, ଗିରଫ କରାଯାଉନି, ମନ୍ତ୍ରୀପଦ ଯାଉନି। ମୁଖ୍ୟମନ୍ତ୍ରୀ ନିଜ ଘରୁ ବାହାରି ପାଟି ନ ଫିଟାଇଲେ ଛାତ୍ର କଂଗ୍ରେସ ଏ ଆନ୍ଦୋଳନକୁ ଆଗକୁ ବଢ଼ାଇବ ।

https://youtu.be/A99Gokd7mko

Related story