ସୁବଳଙ୍କ ଅନ୍ତେ ଏନ୍‌ଏସି ହେଲା ବିଜେପୁର: ତାରା କହିଲେ-ମୁଁ ମଲେ ବୋରିଗୁମ୍ମା ଭାଗ୍ୟ ଫିଟିବ କି?

ଜୟପୁର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ଜିତିବା ପାଇଁ ଭୟଭିତ ହୋଇ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରକୁ ଏନ୍‌ନସି ଘୋଷଣା କରାଗଲା। ମାତ୍ର ବାରମ୍ୱାର ଦାବି ସତ୍ତ୍ୱେ କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ପଞ୍ଚାୟତ ବୋରିକୁମ୍ମାକୁ ଆଜି ପର୍ଯ୍ୟନ୍ତ ଏନ୍‌ଏସି ମାତ୍ୟତା ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ଚାହୁଁଛନ୍ତି ମୁଁ ମଲେ ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ମିଳିବ। ଆଜି ଏପରି ଢ଼ଙ୍ଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡି ସରକାରକୁ ସମାଲୋଚନା […]

congress leader tarabahinipat

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 04:49 PM IST

ଜୟପୁର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ଜିତିବା ପାଇଁ ଭୟଭିତ ହୋଇ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରକୁ ଏନ୍‌ନସି ଘୋଷଣା କରାଗଲା। ମାତ୍ର ବାରମ୍ୱାର ଦାବି ସତ୍ତ୍ୱେ କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ପଞ୍ଚାୟତ ବୋରିକୁମ୍ମାକୁ ଆଜି ପର୍ଯ୍ୟନ୍ତ ଏନ୍‌ଏସି ମାତ୍ୟତା ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ଚାହୁଁଛନ୍ତି ମୁଁ ମଲେ ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ମିଳିବ। ଆଜି ଏପରି ଢ଼ଙ୍ଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡି ସରକାରକୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି-“୨୦୧୫ ମସିହାରୁ ବୋରିଗୁମ୍ମା ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଆସୁଛି। ମୋ’ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ପାଖକୁ ଚିଠି ପଠାଇଥିଲେ। ମାତ୍ର ତୃତୀୟ ମହଲା ଏଥିପାଇଁ ସବୁଜ ସଙ୍କେତ ନଆସିବାରୁ ଉକ୍ତ ଚିଠି ଆଜିପର୍ଯ୍ୟନ୍ତ କାର୍ଯ୍ୟକାରି କରାଯାଉ ନାହିଁ।”

ସେ କହିଛନ୍ତି-“ବୋରିକୁମ୍ମାକୁ ଏନ୍‌ଏସି ମାନ୍ୟତା ପାଇଁ ବିଧାନସଭାରେ ଦୁଇ ଥର ଆଲୋଚନା ହୋଇଥିଲା। ଏହା ପରେ ନଗର ଉନ୍ନୟନ ମନ୍ତ୍ରୀ ୧୪ଟି ପଞ୍ଚାୟତକୁ ଏନ୍‌ଏସି ପ୍ରସ୍ତାବ ନେଇ ଘୋଷଣା କରିଥିଲେ। ଯେଉଁଥିରେ ବୋରିଗୁମ୍ମାର ଥିବା ବେଳେ ବିଜେପୁର ନଥିଲା। ମାତ୍ର ମୋର ସାଥୀ ସୁବଳ ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଭୋଟ୍‌ ହାତେଇବା ଆଶାରେ ଭୟଭୀତ ହୋଇ ମୁଖ୍ୟମନ୍ତ୍ରୀ ବିଜେପୁରକୁ ଏନ୍‌ଏସି ମାନ୍ୟତା ଦେଲେ। ତେବେ ମୁଖ୍ୟମନ୍ତ୍ରୀ କ’ଣ ଚାହୁଁଛନ୍ତି ମୁଁ ମଲେ ବୋରିଗୁମ୍ମାକୁ ଏନ୍‌ଏସି ଘୋଷଣା କରାଯିବ? ତାହାହେଲେ ମୁଖ୍ୟମନ୍ତ୍ରୀ ମୋତେ କୁହନ୍ତୁ ମୁଁ ମରିଯିବି। ମୁଁ ମଲେ ଉପନିର୍ବାଚନ ଜିତିବା ପାଇଁ ବୋରିଗୁମ୍ମା ପଞ୍ଚାୟତକୁ ଏନ୍‌ଏସି ଘୋଷଣା କରାଯିବ। ଆଗାମୀ ୭ଦିନ ଭିତରେ ବୋରିଗୁମ୍ମାକୁ ଏନ୍‌ଏସି ଘୋଷଣା କରାଯାଉ। ନହେଲେ ରାଜରାସ୍ତାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେବୁ।”

ତାରା କହିଛନ୍ତି-“ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ନମିଳିବା ପଛରେ ବିଜେଡି ହାତ ରହିଛି। ଦୀର୍ଘ ୧୫ ବର୍ଷ ଧରି ରବିନାରାୟଣ ନନ୍ଦ ଜୟପୁରର ବିଧାୟକ ଓ ମନ୍ତ୍ରୀ ଥିଲେ। ସେତେବେଳେ ଚାହିଁଥିଲେ ଏନ୍‌ଏସି ଘୋଷଣା କରିପାରି ଥାନ୍ତେ। ମାତ୍ର କ’ଣ ପାଇଁ ସେ ଘୋଷଣା କରିପାରିଲେ ନାହିଁ?”

ଏହାର ଜବାବରେ ରବି ନାରାୟଣ ନନ୍ଦ କହିଛନ୍ତି-“ଏନ୍‌ଏସି ମାନ୍ୟତା ପାଇଁ ବୋରିଗୁମ୍ମାବାସୀ ପ୍ରଥମେ ଦାବି କରିଥିଲେ। ପରେ ବୋରିଗୁମ୍ମାର ବରିଷ୍ଠ ନାଗରିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରି ଜିଲ୍ଲାପାଳଙ୍କଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଥିଲେ। ଜିଲ୍ଲାପାଳ ମଧ୍ୟ ଖୁବ୍‌ଶୀଘ୍ର ରିପୋର୍ଟ ଦେବେ। ତାରା ବାବୁ ୪ ବର୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ନିଦ ଭାଗିଲା ପରେ ବିଳି ବିଳାଉ ଛନ୍ତି। ତାଙ୍କ କଥା କେହି ଶୁଣନ୍ତି ନାହିଁ।”

Related story