ବିଜେପି-ବିଜେଡି କଳିରେ କଂଗ୍ରେସ୍‌ର ଏଣ୍ଟ୍ରି

ଭୁବନେଶ୍ୱର: ଓଡିଶାରେ ବିକାଶ ଓ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମଧ୍ୟରେ ଚାଲିଛି ବାକ୍‌ଯୁଦ୍ଧ। ରାଜ୍ୟ ବିକାଶକୁ ନେଇ ଖୋଲା ବିତର୍କ ପାଇଁ ବିଜେପି ଦେଇଥିବା ଚ୍ୟାଲେଞ୍ଜକୁ ବିଜେଡି ଗ୍ରହଣ କରି ନେଇଥିବା ବେଳେ କିଛି ସର୍ତ୍ତ ରଖିଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ କଥା କଟାକଟି ଲାଗିଥିବା ବେଳେ ଏଥିରେ ଏଣ୍ଟ୍ରି କରିଛି କଂଗ୍ରେସ। ଯେହେତୁ ବିଜେଡି ସହ ବିଜେପି ୯ ବର୍ଷ ଏଠି ଶାସନ କରିଛି ବିଜେପି ମଧ୍ୟ ହିସାବ ଦେବା […]

Rakesh Mallick
  • Published: Sunday, 10 September 2017
  • , Updated: 10 September 2017, 09:35 PM IST

ଭୁବନେଶ୍ୱର: ଓଡିଶାରେ ବିକାଶ ଓ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମଧ୍ୟରେ ଚାଲିଛି ବାକ୍‌ଯୁଦ୍ଧ। ରାଜ୍ୟ ବିକାଶକୁ ନେଇ ଖୋଲା ବିତର୍କ ପାଇଁ ବିଜେପି ଦେଇଥିବା ଚ୍ୟାଲେଞ୍ଜକୁ ବିଜେଡି ଗ୍ରହଣ କରି ନେଇଥିବା ବେଳେ କିଛି ସର୍ତ୍ତ ରଖିଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ କଥା କଟାକଟି ଲାଗିଥିବା ବେଳେ ଏଥିରେ ଏଣ୍ଟ୍ରି କରିଛି କଂଗ୍ରେସ। ଯେହେତୁ ବିଜେଡି ସହ ବିଜେପି ୯ ବର୍ଷ ଏଠି ଶାସନ କରିଛି ବିଜେପି ମଧ୍ୟ ହିସାବ ଦେବା ଦରକାର ବୋଲି କଂଗ୍ରେସ କହିଛି।

ରାଜ୍ୟର ବିକାଶ ଓ କେନ୍ଦ୍ରୀୟ ଅନୁଦାନକୁ ନେଇ ବିଜେପି ଖୋଲା ବିତର୍କର ଆହ୍ୱାନ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିତର୍କକୁ ଆସି ରାଜ୍ୟବାସୀଙ୍କୁ ଓଡ଼ିଆରେ ତଥ୍ୟ ଦିଅନ୍ତୁ ବୋଲି ବିଜେପି ଦାବି କରିଥିଲା। ଏହାକୁ ବିଜେଡି ଗ୍ରହଣ କରିବା ସହ ନବୀନ ବତର୍କକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବିତର୍କକୁ ଆସନ୍ତୁ ବୋଲି ଦାବି କରିଥିଲା।

ବିଜେଡିର ଦାବିକୁ ନେଇ ବିଜେପି କଡା ସମାଲୋଚନା କରିଛି। ପ୍ରୋଟକଲ୍‌ ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କ ସହିତ ସମାନ। ଧର୍ମେନ୍ଦ୍ରଙ୍କ ସତ ବିତର୍କ କରିବା ପାଇଁ ଏତେ ଡର କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ନିର୍ବାଚନ ଇସ୍ତାହରକୁ ଧରି ଓଡିଆରେ ବିତର୍କ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ସାହସ ନାହିଁ ବୋଲି ବିଜେପି କହିଛି।

ଦୁଇ ଦଳ ମଧ୍ୟରେ ତୁତୁ ମେଁମେଁ ଲାଗିଥିବା ବେଳେ କଂଗ୍ରେସ ଉଭୟଙ୍କୁ ଟାର୍ଗେଟ୍‌ କରିଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି- “ବିଜେପି-ବିଜେଡି ମେଣ୍ଟ ୯ ବର୍ଷ ରାଜ୍ୟରେ ଶାସନ କରିଛନ୍ତି। ତେଣୁ ବିଜେପିକୁ ମଧ୍ୟ ହିସାବ୍ ଦେବାକୁ ପଡିବ। ନବୀନ ଏଠି ବିଜେପିର ବିହନ ବୁଣିଛନ୍ତି। ୧୫ ଦିନ ଭିତରେ ଜନମଞ୍ଚ ହେଉ।”

Related story