ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଆଜି ଏପରି ପ୍ରଶ୍ନ ପଚାରି ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ। ନିର୍ବାଚନ ଲଢ଼ିବାକୁ ହେଲେ ଜଣେ ଜନପ୍ରତିନିଧିଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ହେବା କଥା, ଏନେଇ ଜନପ୍ରତିନିଧି ଆଇନ୍‌ରେ କୌଣସି ତଥ୍ୟ ନଥିବା ସତ୍ତ୍ୱେ ମନ୍ତ୍ରୀ କାହିଁକି ଏପରି କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି-“ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ […]

padmanava-behera

Manoranjan Sial
  • Published: Sunday, 16 February 2020
  • , Updated: 16 February 2020, 03:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଆଜି ଏପରି ପ୍ରଶ୍ନ ପଚାରି ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ। ନିର୍ବାଚନ ଲଢ଼ିବାକୁ ହେଲେ ଜଣେ ଜନପ୍ରତିନିଧିଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ହେବା କଥା, ଏନେଇ ଜନପ୍ରତିନିଧି ଆଇନ୍‌ରେ କୌଣସି ତଥ୍ୟ ନଥିବା ସତ୍ତ୍ୱେ ମନ୍ତ୍ରୀ କାହିଁକି ଏପରି କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି-“ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ ସହଯୋଗୀ ତଥା ବର୍ତ୍ତମାନର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୨୦୦୪ରୁ ୨୦୧୯ ମସିହା ଭିତରେ ଦାଖଲ ହୋଇଥିବା ୪ଟି ସତ୍ୟପାଠରେ ୩ ପ୍ରକାର ତଥ୍ୟ ଦେଇଛନ୍ତି। ୨୦୦୪ ମସିହା ଦାଖଲ କରିଥିବା ସତ୍ୟପାଠରେ ସେ ୧୯୭୨ ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିବା ଦର୍ଶାଇଥିଲେ। ୨୦୦୯ ମସିହାରେ ବୀରମହାରାଜପୁର ସଂରକ୍ଷିତ ଆସନରୁ ନାମାଙ୍କପତ୍ର ଦାଖଲ କରିଥିଲେ ଶ୍ରୀ ବେହେରା। ୧୯୭୩ ମସିହାରେ ସେ ମ୍ୟାଟ୍ରିକ୍‌ ପାସ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ। ସେହିପରି ୨୦୧୪ ମସିହାରେ ସମାନ କଥା କହିଥିଲେ। ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ ଶ୍ରୀ ବେହେରା। ୧୯୭୩ ମସିହାରେ ସେ ଅଷ୍ଟମ ପାସ୍‌ କରିଥିବା ସତ୍ୟପାଠରେ ସେ ଦର୍ଶାଇଥିଲେ। ୪ଟି ସତ୍ୟପାଠରେ ୩ ପ୍ରକାର ଶିକ୍ଷାଗତ ଯୋଗ୍ୟତା ଦର୍ଶାଇଥିବାରୁ ଏହା ଏକ ଦଣ୍ଡନୀୟ ଅପରାଧାନ।”

ନିର୍ବାଚନରେ ମନ୍ତ୍ରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଭଗବାନ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏନେଇ ବୀରମହାରାଜପୁର ଥାନାରେ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ କାହିଁକି ମାମଲା ରୁଜୁ ହୋଇନି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ଘଟଣାର ମାସେ ପୂରିବା ପରେ ସୁବର୍ଣ୍ଣପୁର ଏସ୍‌ପି କହୁଛନ୍ତି, ଆମେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଧ୍ୟାନ କରୁଛୁ। ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କାହାଠାରୁ ଅନୁମତି ଆବଶ୍ୟକତା ପଡ଼ୁଛି। ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

Related story