ମଙ୍ଗଳବାର ସକାଳ ୬ରୁ ସନ୍ଧ୍ୟା ୬ ଯାଏ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଚକ୍କା ଜାମ୍‌ ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ଘୋଷଣା କରିଥିବା ବେଳେ କଂଗ୍ରେସ ସମେତ କେତେକ ରାଜନୈତିକ ଦଳ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସର ଏହି ବନ୍ଦ ଡାକରାକୁ CPI, CPM, CPIML, NCP ଓ SP ସମର୍ଥନ […]

cpi

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଚକ୍କା ଜାମ୍‌ ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ଘୋଷଣା କରିଥିବା ବେଳେ କଂଗ୍ରେସ ସମେତ କେତେକ ରାଜନୈତିକ ଦଳ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସର ଏହି ବନ୍ଦ ଡାକରାକୁ CPI, CPM, CPIML, NCP ଓ SP ସମର୍ଥନ ଜଣାଇଛି। ତେବେ ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକୁ ବାଦ ଦିଆଯାଇଛି। ରେଳ ଚଳାଚଳ, ବସ ସେବା, ଦେକାନ ବଜାର, ବ୍ୟାଙ୍କ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଅଫିସ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି CPI(M) ରାଜ୍ୟ ସାଧାରଣ ସଂପାଦକ ଅଳି କିଶୋର ପଟ୍ଟନାୟକ।

ନୂଆ କୃଷି ଆଇନ୍‌ ବିରୋଧରେ ଦିଲ୍ଲୀ ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି। ଏହାକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ମଙ୍ଗଳବାର ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକେତ୍।

ସେ କହିଛନ୍ତି, ଆମର ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ହେବ ଏବଂ ଆମେ ଏହାକୁ ଜାରି ରଖିବୁ। ମଙ୍ଗଳବାର ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ହେବ। ଏହା ଆମର ସାଂକେତିକ ବିରୋଧ ପ୍ରଦର୍ଶନ। ଯାହା ଜରିଆରେ ଆମେ ଜଣାଇବାକୁ ଚାହୁଁଛୁ ଯେ ଆମେ ଭାରତ ସରକାରଙ୍କ ନୀତିକୁ ବିରୋଧ କରୁଛୁ ବୋଲି ଶ୍ରୀ ଟିକେତ କହିଛନ୍ତି।

Related story