ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ କଂଗ୍ରେସ; ଦ୍ରୌପଦୀ ମୁର୍ମୁଙ୍କୁ ଦେବନି ସମର୍ଥନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଯାହାକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଓଡ଼ିଶା କଂଗ୍ରେସର ନିଷ୍ପତ୍ତି କୌଣସି ନିଷ୍ପତ୍ତି ନେଇପାରିନଥିଲା। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବାର ପ୍ରାୟ ୪୮ ଘଣ୍ଟା ପରେ ଆଜି ରାଜ୍ୟ କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି ବୋଲି କଂଗ୍ରେସ୍‌ ଘୋଷଣା କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ […]

Narasingha-And-Draupadi

Manoranjan Sial
  • Published: Thursday, 23 June 2022
  • , Updated: 23 June 2022, 04:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଯାହାକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଓଡ଼ିଶା କଂଗ୍ରେସର ନିଷ୍ପତ୍ତି କୌଣସି ନିଷ୍ପତ୍ତି ନେଇପାରିନଥିଲା। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବାର ପ୍ରାୟ ୪୮ ଘଣ୍ଟା ପରେ ଆଜି ରାଜ୍ୟ କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି ବୋଲି କଂଗ୍ରେସ୍‌ ଘୋଷଣା କରିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଓ ଭଲ ବିଧାୟିକା। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ, ଆମର ସମ୍ପର୍କ ମଧ୍ୟ ଭଲ। କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି। ତାଙ୍କ ପ୍ରାର୍ଥିତ୍ୱ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି। ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ କଥା ନୁହେଁ ବୋଲି ନରସିଂହ କହିଛନ୍ତି।

ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡିର ଆମନ୍ତ୍ରଣକୁ କଟାକ୍ଷ କଲେ ନରସିଂହ। କହିଲେ, ଯଦି ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ପ୍ରୀତି ଅଛି ବୋଲି କହୁଛନ୍ତି, ତାହେଲେ ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭା ପଠାଇଲେ କାହିଁକି? ରାଜ୍ୟରେ କଣ ଓଡ଼ିଆ ପ୍ରାର୍ଥୀ ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।

ଅନ୍ୟପକ୍ଷ ବିଜେଡି ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛି। ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରିଥିଲେ।

Related story