ମହାନଦୀ ରାଜନୀତି: ନବୀନଙ୍କ ପରେ ରାଜରାସ୍ତାକୁ ଓହ୍ଲାଇବେ ନବ ଦାସ

Ordigital Desk
  • Published: Wednesday, 23 May 2018
  • , Updated: 23 May 2018, 08:02 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡ଼ି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ହେବ। ଆଜି ଅପରାହ୍ନରେ ସମ୍ବଲପୁର ନେଲସନ ମାଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ଏକ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସଭାର ଆୟୋଜନ ହେବ। ଝାରସୁଗୁଡ଼ା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ଯେଉଁଭଳି ଭାବେ ବ୍ୟାରେଜ ନିର୍ମାଣ କରୁଛି ଏବଂ ମହାନୀ ପାଣି ଶୁଖିବାରେ ଲାଗିଛି, ସେନେଇ କଂଗ୍ରେସ ଅଭିଯାନ ଚଳାଇବ। ଏହି ସମସ୍ୟାର ସମାଧାନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ ବୋଲି ନବ ଦାସ କହିଛନ୍ତି।</p> <p>ସୂଚନାଯୋଗ୍ୟ, ଆସନ୍ତା ୧୬ ତାରିଖରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଥିଲା। ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ାରେ ଏହି କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ସେହିପରି ବରଗଡ଼ ଚିଖଲିରେ ମଧ୍ୟ &nbsp;ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ।</p> <p>https://youtu.be/ctVCKdBC4pk</p>

Related story