ଯୋଡା ମୁଣ୍ଡ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ଚିନ୍ତା: ବିଳମ୍ବ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅବଜରଭେସନରେ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ମଧ୍ୟରୁ ଜଗା ଅସୁସ୍ଥ।   ତେବେ ବଳିଆ ସୁସ୍ଥ ଅଛି । ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ପରବର୍ତ୍ତୀ ପର୍ଯ୍ୟାୟ ଅପରେସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ପରବର୍ତ୍ତୀ ଅପରେସନରେ ଆମେରିକାର ଜଣେ ଜଣାଶୁଣା ଓ ଅଭିଜ୍ଞ ଡାକ୍ତରଙ୍କୁ ଅଣାଯିବାକୁ ଯୋଗାଯୋଗ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏନେଇ ସମସ୍ତ ଅର୍ଥ […]

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 10:10 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅବଜରଭେସନରେ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ମଧ୍ୟରୁ ଜଗା ଅସୁସ୍ଥ।   ତେବେ ବଳିଆ ସୁସ୍ଥ ଅଛି । ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ପରବର୍ତ୍ତୀ ପର୍ଯ୍ୟାୟ ଅପରେସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ପରବର୍ତ୍ତୀ ଅପରେସନରେ ଆମେରିକାର ଜଣେ ଜଣାଶୁଣା ଓ ଅଭିଜ୍ଞ ଡାକ୍ତରଙ୍କୁ ଅଣାଯିବାକୁ ଯୋଗାଯୋଗ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏନେଇ ସମସ୍ତ ଅର୍ଥ ଖର୍ଚ୍ଚ କରିବେ । କନ୍ଧମାଳର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଅପରେସନ ପାଇଁ ଦିଲ୍ଲୀ ଏମ୍ସରେ ବ୍ୟବସ୍ଥା କରାଯାଇଛି।

Related story