ଶିଡ଼ି ଚଢ଼ିଲା ଜଗା

Ordigital Desk
  • Published: Monday, 02 April 2018
  • , Updated: 02 April 2018, 02:12 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଳୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ଜଗା ସାଧାରଣ ପିଲାଙ୍କ ଭଳି ଖିଆପିଆ କରୁଛି। ଡାକ୍ତର ଓ ନର୍ସଙ୍କ ସହ ଖେଳିବା ସହ ଏମ୍ସ ପରିସରରେ ଶିଡି ବି ଚଢ଼ି ପାରୁଛି। ସେହିଭଳି କାଳିଆର ଅବସ୍ଥା ପୂର୍ବାପେକ୍ଷା ଅଧିକ ସୁଧାର ଆସିଥିବା ଡାକ୍ତର କହିଛନ୍ତି।</p> <p>କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ବର୍ଷ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା।</p> <p>&amp;nbsp;</p>

Related story