ଶିଶୁଭବନ ଆଇସିୟୁରେ ପେଟଯୋଡ଼ା ଶିଶୁ ଗଙ୍ଗା-ଯମୁନା

କଟକ (ଓଡ଼ିଶା ରିପୋର୍ଟର):  କଟକ ଶିଶୁଭବନ ଆଇସିୟୁରେ ନୟାଗଡ଼ର ପେଟ ଯୋଡ଼ା ଶିଶୁ ଗଙ୍ଗା-ଯମୁନାଙ୍କ ଚିକିତ୍ସା ଚାଲିଛି। ପିଲା ଦୁହିଁଙ୍କର ସିଟି ସ୍କାନ୍ ଓ ଅଲଟ୍ରାସାଉଣ୍ଡ ପରେ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି। କାଲି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ଏଥିସହ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ଘୋଷଣା କରିଥିଲେ। ଶୁକ୍ରବାର ନୟାଗଡ଼ ଶରଣକୁଳ ଥାଳ ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ […]

CHILD

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 09:44 AM IST

କଟକ (ଓଡ଼ିଶା ରିପୋର୍ଟର):  କଟକ ଶିଶୁଭବନ ଆଇସିୟୁରେ ନୟାଗଡ଼ର ପେଟ ଯୋଡ଼ା ଶିଶୁ ଗଙ୍ଗା-ଯମୁନାଙ୍କ ଚିକିତ୍ସା ଚାଲିଛି। ପିଲା ଦୁହିଁଙ୍କର ସିଟି ସ୍କାନ୍ ଓ ଅଲଟ୍ରାସାଉଣ୍ଡ ପରେ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି। କାଲି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ଏଥିସହ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ଘୋଷଣା କରିଥିଲେ।

ଶୁକ୍ରବାର ନୟାଗଡ଼ ଶରଣକୁଳ ଥାଳ ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ନାଁ  ଦିଆଯାଇଥିଲା ଗଙ୍ଗା-ଯମୁନା। ଉଭୟଙ୍କ ପେଟ ଓ ଛାତି ଯୋଡ଼ି ହୋଇ ରହିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତାରିତ କରାଯାଇଥିଲା।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ପୁଣି ଯୋଡ଼ା ପେଟ ଶିଶୁଙ୍କୁ ନେଇ ସମଗ୍ର ରାଜ୍ୟରେ ଆଲୋଚନା ଜୋରଧରିଛି ।

Related story