ଏଟିଏମ୍‌ ମେସିନ୍‌ ଉପରେ ପରିସ୍ରା କଲେ କନଷ୍ଟେବଲ

ବାରିପଦା (ମାଣିକଲାଲ୍‌ ପାଣି): ଏଟିଏମ୍‌ କାଉଣ୍ଟର ଭିତରେ ଏଟିଏମ୍‌ ମେଶିନ୍‌ ଉପରେ ପରିସ୍ରା କଲେ ଜଣେ କନଷ୍ଟେବଲ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। କନ୍‌ଷ୍ଟେବଲ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ବାରିପଦା ମ୍ୟୁନିସିପାଲିଟି ଅଫିସ୍‌ ପାଖରେ ରହିଛି ଏକ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର। ଗତକାଲି ରାତିରେ କନ୍‌ଷ୍ଟେବଲ ସମୀର ସେଠୀ ନିଶାସକ୍ତ ଅବସ୍ଥାରେ ମୁକୁଳା ଦେହରେ ଏଟିଏମ୍‌ ଭିତରେ […]

constable

Manoranjan Sial
  • Published: Thursday, 05 September 2019
  • , Updated: 05 September 2019, 05:30 PM IST

ବାରିପଦା (ମାଣିକଲାଲ୍‌ ପାଣି): ଏଟିଏମ୍‌ କାଉଣ୍ଟର ଭିତରେ ଏଟିଏମ୍‌ ମେଶିନ୍‌ ଉପରେ ପରିସ୍ରା କଲେ ଜଣେ କନଷ୍ଟେବଲ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। କନ୍‌ଷ୍ଟେବଲ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

ବାରିପଦା ମ୍ୟୁନିସିପାଲିଟି ଅଫିସ୍‌ ପାଖରେ ରହିଛି ଏକ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର। ଗତକାଲି ରାତିରେ କନ୍‌ଷ୍ଟେବଲ ସମୀର ସେଠୀ ନିଶାସକ୍ତ ଅବସ୍ଥାରେ ମୁକୁଳା ଦେହରେ ଏଟିଏମ୍‌ ଭିତରେ ପଶିଥିଲେ। ପରେ ଏଟିଏମ୍‌ ମେସିନ୍‌ ଉପରେ ପରିସ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଶ୍ରୀ ସେଠୀଙ୍କର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଭିଡିଓ ସୁଟିଂ କରି ହ୍ୱାଟ୍ସଆପ୍‌ରେ ଶେୟାର କରିଛନ୍ତି। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲିଛି।

ଶ୍ରୀ ସେଠୀ ଆଜି ମଧ୍ୟ ନିଶାସକ୍ତ ଅବସ୍ଥାରେ ବଜାରରେ ଘୂରି ବୁଲୁଛନ୍ତି। ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ବିଶୃଙ୍ଖଳିତ ଆଚରଣ ପାଇଁ ଶ୍ରୀ ସେଠୀଙ୍କୁ ୬ ମାସ ତଳେ ସସ୍‌ପେଣ୍ଡ କରାଯାଇଥିଲା। ସେହିଦିନଠାରୁ ସେ ଫେରାର ଥିଲେ। ଜିଲ୍ଲା ପୁଲିସ ତାଙ୍କର ପତ୍ତା ପାଉନଥିଲା। ଗତକାଲିର ଭିଡିଓ ସାମ୍ନାକୁ ଆସିବା ପରେ ଶ୍ରୀ ସେଠୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

Related story