‘ଜୁନ ସୁଦ୍ଧା ଶେଷ ହେବ ଖଣ୍ଡଗିରି ଫ୍ଲାଏ ଓଭର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ ସୁଦ୍ଧା ଶେଷ ହେବ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ। ଫେବ୍ରୁଆରୀ ସୁଦ୍ଧା ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରିବ। ବର୍ତ୍ତମାନ ସୁଦ୍ଧା ୬୨ରୁ ୬୩ ପ୍ରତିଶତ କାମ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି NHAI ଚିଫ୍‌ ଜେନେରାଲ ମ୍ୟାନେଜର ରାମପ୍ରସାଦ ପଣ୍ଡା। ୨.୪ କିମି ଲମ୍ବର ଫ୍ଲାଏ ଓଭର ପାଇଁ ୧୧୫ କୋଟି ବ୍ୟୟ ଅଟକଳ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଅନ୍ୟତମ ବ୍ୟସ୍ତବହୁଳ ସ୍ଥାନ ହେଉଛି ଖଣ୍ଡଗିରି। ଏଠାରେ ଐତିହାସିକ […]

bbsr

Manoranjan Sial
  • Published: Tuesday, 29 December 2020
  • , Updated: 29 December 2020, 04:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ ସୁଦ୍ଧା ଶେଷ ହେବ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ। ଫେବ୍ରୁଆରୀ ସୁଦ୍ଧା ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରିବ। ବର୍ତ୍ତମାନ ସୁଦ୍ଧା ୬୨ରୁ ୬୩ ପ୍ରତିଶତ କାମ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି NHAI ଚିଫ୍‌ ଜେନେରାଲ ମ୍ୟାନେଜର ରାମପ୍ରସାଦ ପଣ୍ଡା। ୨.୪ କିମି ଲମ୍ବର ଫ୍ଲାଏ ଓଭର ପାଇଁ ୧୧୫ କୋଟି ବ୍ୟୟ ଅଟକଳ ହୋଇଥିଲା।

ରାଜଧାନୀ ଭୁବନେଶ୍ୱରରେ ଅନ୍ୟତମ ବ୍ୟସ୍ତବହୁଳ ସ୍ଥାନ ହେଉଛି ଖଣ୍ଡଗିରି। ଏଠାରେ ଐତିହାସିକ କିତ୍ତିରାଜୀ ଥିବାରୁ ଦୂରଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକ ଆସିଥାଆନ୍ତି। ଯେଉଁଥିପାଇଁ ଟ୍ରାଫିକ୍‌ ଜାମ ହୋଇଥାଏ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହୋଇଥାଏ। ଏହି ସମସ୍ୟା ଦୂର ପାଇଁ ଏନ୍‌ଏଚ୍‌ଏଆଇ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରୁଛି। ବ୍ରିଜ୍‌ ନିର୍ମାଣ ସରିଲେ ଦୁର୍ଘଟଣାରୁ ବହୁ ମାତ୍ରାରେ ଧନଜୀବନ ରକ୍ଷା ହୋଇପାରିବ।

Related story