ଶ୍ରୀମନ୍ଦିର ଚାରିପଟେ ଆରମ୍ଭ ହେଲା ମିଶନ୍ ଉଚ୍ଛେଦ

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଛି ଅଭିଯାନ। ଆଜି ପ୍ରଥମ ଦିନରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇଛି ଜିଲ୍ଲା ପ୍ରଶାସନ। ଯଦିଓ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚାଲିଥିବା ଜିଲ୍ଲାପାଳ କହିଛନ୍ତି, କିନ୍ତୁ ଆଗକୁ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ୭୫ ମିଟର ଜବରଦଖଲ ଉଚ୍ଛେଦ ପ୍ରସ୍ତାବ ଲାଗୁ ହୋଇପାରେ ବୋଲି ଆଶଙ୍କା କରି ମନ୍ଦିର […]

bcc

Tapas Behera
  • Published: Monday, 19 August 2019
  • , Updated: 21 August 2019, 09:51 AM IST

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଛି ଅଭିଯାନ। ଆଜି ପ୍ରଥମ ଦିନରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇଛି ଜିଲ୍ଲା ପ୍ରଶାସନ। ଯଦିଓ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚାଲିଥିବା ଜିଲ୍ଲାପାଳ କହିଛନ୍ତି, କିନ୍ତୁ ଆଗକୁ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ୭୫ ମିଟର ଜବରଦଖଲ ଉଚ୍ଛେଦ ପ୍ରସ୍ତାବ ଲାଗୁ ହୋଇପାରେ ବୋଲି ଆଶଙ୍କା କରି ମନ୍ଦିର ଆଖପାଖରେ ପିଢ଼ି ପିଢ଼ି ଧରି ରହିଆସୁଥିବା କିଛି ଲୋକେ ଚିନ୍ତାରେ ପଡ଼ିଛନ୍ତି ।

ଆଜି ସକାଳ ୭ଟାରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସଂଲଗ୍ନ ମେଘନାଦ ପାଚେରୀ କଡ଼ରୁ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ବୁଲଡୋଜର୍ ଲଗାଇ ପ୍ରଥମେ ଦ୍ୱିମହଲା ବିଶିଷ୍ଟ ଏକ ଶୌଚାଳୟକୁ ଧରାଶାୟୀ କରିବା ପରେ ପାଖରେ ଥିବା ଜୋତାଷ୍ଟାଣ୍ଡ ଓ ଶ୍ରୀମନ୍ଦିର କୁଡ଼ୁଆ ଘରକୁ ବି ଭାଙ୍ଗି ମାଟିରେ ମିଶାଇଥିଲା ଜିଲ୍ଲା ପ୍ରଶାସନ। ଏହାପରେ ସିଂହଦ୍ୱାର ସମ୍ମୁଖରେ ଥିବା ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଓ ପୋଲିସ ଫାଣ୍ଡିକୁ ଭାଙ୍ଗି ସାରି ପଶ୍ଚିମ ଦ୍ୱାରକୁ ଲାଗି ରହିଥିବା ଉଗ୍ରତାରା ମନ୍ଦିର ରୋଷଘର ସହ ବିଦ୍ୟୁତ୍ ବିଭାଗର ଏକ କାର୍ଯ୍ୟାଳୟ ଓ ଅନେକ ଛୋଟବଡ଼ ନିର୍ମାଣକୁ ଭଙ୍ଗାଯାଇଥିଲା।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଏଏସ୍ଆଇର ପରାମର୍ଶ ନିଆଯାଇ ଉଚ୍ଛେଦ କାମ ଚାଲିଥିବା କହିଛନ୍ତି ଜିଲ୍ଲାପାଳ। ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍ ବି.ପି. ଦାସଙ୍କ ପ୍ରସ୍ତାବ ଅନୁସାରେ- ମେଘନାଦ ପାଚେରିଠାରୁ ୭୫ ମିଟର ଭିତରେ ଆସୁଥିବା ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

Related story