ରାଜଧାନୀକୁ ପୁଣି ଥରେ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ କମିବା ନାଁ ଧରୁନି ମହାମାରୀ। ଏବେ ରାଜ୍ୟରେ ୨ ହଜାର ଟ୍ରେଣ୍ଡ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫୦୦ ପାଖାପାଖି ବାହାରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପଜିଟିଭ ରାଜଧାନୀ ଭୁବନେଶ୍ୱରରୁ  ଚିହ୍ନଟ ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ  କରୋନା କୋପ ଥମୁ ନ ଥିବାରୁ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ କଟକଣା । ଭୁବନେଶ୍ୱରର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ […]

containment-zone

Niharika Rout
  • Published: Friday, 16 July 2021
  • , Updated: 16 July 2021, 11:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ କମିବା ନାଁ ଧରୁନି ମହାମାରୀ। ଏବେ ରାଜ୍ୟରେ ୨ ହଜାର ଟ୍ରେଣ୍ଡ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫୦୦ ପାଖାପାଖି ବାହାରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପଜିଟିଭ ରାଜଧାନୀ ଭୁବନେଶ୍ୱରରୁ  ଚିହ୍ନଟ ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ  କରୋନା କୋପ ଥମୁ ନ ଥିବାରୁ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ କଟକଣା । ଭୁବନେଶ୍ୱରର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ଏନ୍‌କ୍ଲେଭର HIG ୧୧ ରୁ ୬୧ ଯାଏଁ ମାଇକ୍ରୋ  କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଛି । ସେହିପରି ରସୁଲଗଡରେ ବି କଣ୍ଟେନମେଣ୍ଟ ଜୋନ୍ ହୋଇଛି । ରସୁଲଗଡ ଛକ ନିକଟରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ ଆପାର୍ଟମେଣ୍ଟର ବ୍ଲକ୍-ବି’କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି  । ସଂପୃକ୍ତ ଅଞ୍ଚଳରେ କିଛି କୋଭିଡ ପଜିଟିଭ ବାହାରିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳର ଲୋକେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକେ ସେହି ଅଞ୍ଚଳକୁ ଯାଇପାରିବେ ନାହିଁ । କଣ୍ଟେନମେଣ୍ଟ ଜୋନକୁ ଅତ୍ୟାବଶ୍ୟକ ଏବଂ ମେଡିକାଲ ସାମଗ୍ରୀ ଯୋଗାଇ ଦେବ ବିଏମ୍‌ସି।

ସୂଚନାଯୋଗ୍ୟ, କରୋନା କୋପ କମୁଥିବାରୁ ବିଭିନ୍ନ ସ୍ଥାନରେ କଟକଣା ନିୟମରେ କୋହଳ କରାଯାଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଅଯଥାରେ ଭିଡ଼ ଦେଖାଦେଉଛି।  ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। କଟକଣା କୋହଳର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି।

 

Related story