ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ଜୁଡିସିଆଲ କମ୍ପେ୍ଲକ୍ସ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସରକୁ ଆଜି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାନଗରର ସାଉଥ-ଇଷ୍ଟ ଜୋନ୍ ଡେପୁଟି କମିଶନର ଅଂଶୁମାନ ରଥ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ସେପ୍ଟେମ୍ବର ୧୯ରୁ ୨୫ତାରିଖ ପର୍ଯ୍ୟନ୍ତ କଳ୍ପନା ଛକ ନିକଟସ୍ଥ ଲୁଇସ ରୋଡରେ ଥିବା ଭୁବନେଶ୍ୱର ଜୁଡିସିଆଲ କମ୍ପେ୍ଲକ୍ସ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ […]

corona-5

Tapas Behera
  • Published: Friday, 18 September 2020
  • , Updated: 18 September 2020, 06:36 PM IST

କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ଜୁଡିସିଆଲ କମ୍ପେ୍ଲକ୍ସ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସରକୁ ଆଜି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଭୁବନେଶ୍ୱର ମହାନଗରର ସାଉଥ-ଇଷ୍ଟ ଜୋନ୍ ଡେପୁଟି କମିଶନର ଅଂଶୁମାନ ରଥ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ସେପ୍ଟେମ୍ବର ୧୯ରୁ ୨୫ତାରିଖ ପର୍ଯ୍ୟନ୍ତ କଳ୍ପନା ଛକ ନିକଟସ୍ଥ ଲୁଇସ ରୋଡରେ ଥିବା ଭୁବନେଶ୍ୱର ଜୁଡିସିଆଲ କମ୍ପେ୍ଲକ୍ସ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହି କଣ୍ଟେନମେଣ୍ଟ ଜୋନ୍ ପରିସରରେ ଥିବା ସମସ୍ତ ପ୍ରକାରର ଦୋକାନବଜାର, ଘରୋଇ ଓ ସରକାରୀ ଅଫିସ ବନ୍ଦ ରହିବ। ଯଦି ଆବଶ୍ୟକ ପଡ଼େ ବିଏମସି ପକ୍ଷରୁ ଏହି କଣ୍ଟେନମେଣ୍ଟ ଜୋନ୍ ପରିସରରେ ଆବଶ୍ୟକ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରାଯିବ। ଏହି ଜୋନ୍ ଭିତରକୁ ସମସ୍ତଙ୍କର ପ୍ରବେଶ ଉପରେ କଟକଣା ଜାରି ହୋଇଥିବାବେଳେ ଏହାର ପରିସରରେ ରହୁଥିବା ଲୋକଙ୍କୁ ବାହାରକୁ ଆସିବା ଉପରେ ମଧ୍ୟ କଟକଣା ଲଗାଯାଇଛି।

ମହାମାରୀ ଆଇନ-୧୮୯୭ ଓ ଓଡ଼ିଶା କୋଭିଡ-୧୯ ନିୟମାବଳୀ-୨୦୨୦ ଅନ୍ତର୍ଗତ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତେବେ ଏହି ଦୁଇ ଅଫିସ୍ ନିକଟରେ ଥିବା ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ୍ ଓ ଜିଲ୍ଲା ସବରେଜିଷ୍ଟ୍ରାର ଅଫିସକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ ରଖାଯାଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ବାର ଆସୋସିଏସନ୍ ପକ୍ଷରୁ ଜାରି ନୋଟିସ୍ ଅନୁସାରେ ଭୁବନେଶ୍ୱର ସିଭିଲ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାରୁ ଭୁବନେଶ୍ୱର ବାର କାଉନସିଲ୍ ସଦସ୍ୟମାନଙ୍କୁ ସେପ୍ଟେମ୍ବର ୨୫ତାରିଖ ପର୍ଯ୍ୟନ୍ତ କୋର୍ଟ ପରିସରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବାର ଆସୋସିଏସନର ଅନ୍ତରୀଣ ସମ୍ପାଦକ ଆତ୍ମାପ୍ରକାଶ ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

Related story