ବିମାନବନ୍ଦରରେ ଅଘଟଣ; ଠିକାଦାର, ଇଂଜିନିୟରଙ୍କୁ ପଚରାଉଚରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ୍‌। ଏହି ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ତାଙ୍କ ବ୍ୟତୀତ ନିର୍ମାଣ କାମ କରୁଥିବା ଇଂଜିନିୟରମାନଙ୍କୁ ବି  ପଚରାଉଚରା କରୁଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ପାଇଁ  ପୂର୍ତ୍ତ ଓ ଫୋରେନସିକ୍ ଏକ୍ସପର୍ଟଙ୍କୁ ନେଇ  ସ୍ୱତନ୍ତ୍ର […]

air-bbsr

air-bbsr

Niharika Rout
  • Published: Saturday, 25 January 2020
  • Updated: 25 January 2020, 03:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ୍‌। ଏହି ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ତାଙ୍କ ବ୍ୟତୀତ ନିର୍ମାଣ କାମ କରୁଥିବା ଇଂଜିନିୟରମାନଙ୍କୁ ବି  ପଚରାଉଚରା କରୁଥିବା ସୂଚନା ମିଳିଛି।

କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ପାଇଁ  ପୂର୍ତ୍ତ ଓ ଫୋରେନସିକ୍ ଏକ୍ସପର୍ଟଙ୍କୁ ନେଇ  ସ୍ୱତନ୍ତ୍ର ଟିମ୍ କରାଯାଉଛି । ଏକ୍ସପର୍ଟ ଟିମ୍ ରିପୋର୍ଟ  ଦେବାପରେ ଆଇନ ଅନୁଯାୟୀ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ନିର୍ମାଣ କାର୍ଯ୍ୟ କରୁଥିବା ଦିଲୀପ କନ୍‌ଷ୍ଟ୍ରକ୍ସନ୍‌ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦିଲୀପ ଖଟେଇ। ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ଲିଙ୍କ୍ ବିଲ୍ଡିଂର ନିର୍ମାଣ କରୁଥିଲା ଏହି ସଂସ୍ଥା ।  ହେଲେ ଗତକାଲି ରାତିରେ  ପ୍ରାୟ ୧୦ ହଜାର ବର୍ଗ ଫୁଟ୍‌ର ଏହି ଛାତ ଭୁଶୁଡ଼ି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ହୋଇ ପଡ଼ିଛନ୍ତି। ଏ ଅଘଟଣ ନେଇ ସଂସ୍ଥା ପକ୍ଷରୁ ଭାରି ଖାମଖିଆଲ ଢଙ୍ଗରେ ପ୍ରତିକ୍ରିୟା ଦିଆଯାଇଥିଲା। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏ ଅଘଟଣ ପାଇଁ ଶ୍ରମିକମାନଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଢଳେଇ କାମ ସରିଯାଇଥିଲା। ଅଧିକ ଓଜନ ପଡ଼ିବାରୁ ଛାତ ଭୁଶୁଡ଼ି ପଡ଼ିଲା। ନିର୍ମାଣ ପୂର୍ବରୁ ସବୁ କିଛି ଠିକ୍ ଭାବେ ଯାଞ୍ଚ କରାଯାଇଥିଲା। ଶ୍ରମିକଙ୍କ ସୁରକ୍ଷା ନେଇ ବି ବ୍ୟବସ୍ଥା କରାଯାଇଥିଲା। ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇ ନଥିବା ମଧ୍ୟ ସେ ନିଜ ସଫେଇରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story