ବକେୟା ଦାବି କମ୍ପାନୀ ଗେଟ୍‌ରେ ତାଲା ପକାଇଲେ ଠିକା କର୍ମଚାରୀ

Ordigital Desk
  • Published: Tuesday, 05 September 2017
  • , Updated: 05 September 2017, 11:34 PM IST
<p>ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ସାହାଜବାହଲ ସ୍ଥିତ &lsquo;ଇଣ୍ଡାବରାତ ଏନର୍ଜି ଉତ୍କଳ ଲିମିଟେଡର&rsquo; ଶ୍ରମିକ ଅଶାନ୍ତି ଦେଖାଦେଇଛି। ବକେୟା ଦରମା ଦାବି କରି ଠିକା କର୍ମଚାରୀମାନେ ପ୍ଲାଣ୍ଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନମାନେ ଚେତାବନୀ ଦେଇଛନ୍ତି।</p> <p>ବିଜୁଳି ଉତ୍ପାଦନ ପାଇଁ ସାହାଜବାହଲରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉନଥିବାରୁ ବିଜୁଳି ଉତ୍ପାଦନ ହୋଇପାରୁ ନାହିଁ। ଯାହାଦ୍ୱାରା କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଯାହାଫଳରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ୯ ମାସ ହେବ ଦରମା ପାଇନାହାନ୍ତି। ବକେୟା ଦରମା ପ୍ରଦାନ ଦାବିରେ ଆଜି ଠିକା କର୍ମଚାରୀମାନେ ଗେଟର ତାଲା ପକାଇ ଧାରଣାରେ ବସିଥିଲେ।</p>

Related story