ମନ୍ତ୍ରୀ କହିଲେ ‘ଟଙ୍କା ନ ଥିଲେ ମହାତ୍ମାଗାନ୍ଧୀ ବି ନିର୍ବାଚନରେ ହାରିଯାଇଥାନ୍ତେ’

ପୁରୀ(ଓଡିଶା ରିପୋର୍ଟର): ‘ଟଙ୍କା ନ ଥିଲେ ନିର୍ବାଚନରେ ହାରିଯାଇଥାନ୍ତେ ମହାତ୍ମା ଗାନ୍ଧୀ। ଆଜି ଦିନରେ ଯଦି ସେ ବଞ୍ଚିଥାନ୍ତେ ଓ ପଇସା ନାହିଁ କହି ନିର୍ବାଚନ ଲଢ଼ିଥାନ୍ତେ, ତେବେ ସେ ବି ହାରିଯାଇଥାନ୍ତେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ୟୁନିଭର୍ସିଟି ଲ କଲେଜ ଓ ଜି.ଏମ୍‌.ଲ କଲେଜ ପକ୍ଷରୁ ପୁରୀରେ ଆୟୋଜିତ ସେମିନାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହାନ୍ତି। ନିର୍ବାଚନରେ ଟଙ୍କା ଉଡୁଥିବା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ […]

11B-Mahatma-Ghandi_en

Rakesh Mallick
  • Published: Sunday, 25 February 2018
  • , Updated: 25 February 2018, 08:57 PM IST

ପୁରୀ(ଓଡିଶା ରିପୋର୍ଟର): ‘ଟଙ୍କା ନ ଥିଲେ ନିର୍ବାଚନରେ ହାରିଯାଇଥାନ୍ତେ ମହାତ୍ମା ଗାନ୍ଧୀ। ଆଜି ଦିନରେ ଯଦି ସେ ବଞ୍ଚିଥାନ୍ତେ ଓ ପଇସା ନାହିଁ କହି ନିର୍ବାଚନ ଲଢ଼ିଥାନ୍ତେ, ତେବେ ସେ ବି ହାରିଯାଇଥାନ୍ତେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ୟୁନିଭର୍ସିଟି ଲ କଲେଜ ଓ ଜି.ଏମ୍‌.ଲ କଲେଜ ପକ୍ଷରୁ ପୁରୀରେ ଆୟୋଜିତ ସେମିନାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହାନ୍ତି। ନିର୍ବାଚନରେ ଟଙ୍କା ଉଡୁଥିବା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ ପ୍ରସଙ୍ଗରେ ସେ ଏଭଳି ମନ୍ତବ୍ୟ ରଖିଛନ୍ତି ।

ବିଜେପୁର ଉପନିର୍ବାଚନକୁ ଇଙ୍ଗିତ କରି ଟଙ୍କା ଉଡିଥିବା ଅଭିଯୋଗ ଆଣିଥିଲେ  ନରସିଂହ। ସେ କହିଥିଲେ ନିର୍ବାଚନ ପ୍ରଚାର ବେଳେ ଗୋଟିଏ ଜାଗାରେ ଲୋକେ ତାଙ୍କୁ କହିଥିଲେ ଆମେ ଭୋଟ ପିଛା ୫ ହଜାର ଟଙ୍କା ପାଇଛୁ ଓ ଆପଣ କେତେ ଦେବେ? ଏହି ପ୍ରସଙ୍ଗରେ ସେ କହିଥିଲେ, ଯଦି ଜଣେ ଭୋଟରଙ୍କୁ ୫ ହଜାର ଟଙ୍କା ଲେଖାଏଁ ଲାଞ୍ଚ ଦିଆଯାଏ, ତେବେ ୨ ଲକ୍ଷ ୨୧ ହଜାର ଭୋଟରଙ୍କୁ କେତେ କୋଟି ଟଙ୍କା ଦିଆଯାଇଥିବ ? ଗୋଟିଏ ନିର୍ବାଚନ ଜିତିବାକୁ କୋଟିଏ ନୁହେଁ, ୧୦ କୋଟି ନୁହେଁ, ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଆଉ ସେତିକି ବେଳେ କ୍ୟାସଲେସ୍ ସୋସାଇଟି କଥା କୁହାଯାଉଛି । ତେଣୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ନିର୍ବାଚନ ଆଇନ ପରିବର୍ତ୍ତନ ହେବା ନିହାତି କରୁରୀ ବୋଲି ସେ ମତ ଦେଇଛନ୍ତି।

Related story