ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ହୋଇନି ଅସମ୍ମାନ, ରାଷ୍ଟ୍ରପତିଙ୍କ ମିଡିଆ ସଚିବଙ୍କ ବୟାନକୁ ନେଇ ହଇଚଇ

ପୁରୀ/ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁରୀରେ ରାଷ୍ଟ୍ରପତି ଦମ୍ପତିଙ୍କୁ ନା ଅସମ୍ମାନ କରାଯାଇଛି, ନା ଏନେଇ ରାଷ୍ଟ୍ରପତି ଭବନରୁ ପୁରୀ ଜିଲା ତଥା ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇଛି । ଜାତୀୟ ଗଣମାଧ୍ୟମକୁ ଖୋଦ୍ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲିକଙ୍କ ଏ ବୟାନକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ଯଦି ଏଭଳି ଚିଠି ଆସି ନ ଥିଲା, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେଲା କେମିତି ବୋଲି ପ୍ରଶ୍ନ ଉଠିଛି। କିଏ ଏବଂ […]

mahamahim

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 09:42 PM IST

ପୁରୀ/ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁରୀରେ ରାଷ୍ଟ୍ରପତି ଦମ୍ପତିଙ୍କୁ ନା ଅସମ୍ମାନ କରାଯାଇଛି, ନା ଏନେଇ ରାଷ୍ଟ୍ରପତି ଭବନରୁ ପୁରୀ ଜିଲା ତଥା ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇଛି । ଜାତୀୟ ଗଣମାଧ୍ୟମକୁ ଖୋଦ୍ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲିକଙ୍କ ଏ ବୟାନକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ଯଦି ଏଭଳି ଚିଠି ଆସି ନ ଥିଲା, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେଲା କେମିତି ବୋଲି ପ୍ରଶ୍ନ ଉଠିଛି।

କିଏ ଏବଂ କେଉଁ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ନାଁ ନେଇ ଏଭଳି ବିବାଦ ସୃଷ୍ଟି କଲେ ତାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।

ଜଗନ୍ନାଥ ଦର୍ଶନ ବେଳେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ନେଇ ରାଷ୍ଟ୍ରପତି ଭବନରୁ ଚିଠି ଜାରି ହୋଇନି ବୋଲି ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲ୍ଲିକଙ୍କ ସ୍ପଷ୍ଟୀକରଣ ଦେବା ସହ କିଏ ଓ କାହିଁକି ଏପରି ଦାବି କରୁଛନ୍ତି ସେନେଇ ପ୍ରମାଣ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି। ତେବେ ଜଗନ୍ନାଥ ଦର୍ଶନ ବେଳେ କିଛି ସେବାୟତ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତିଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ, ତେବେ ସେମାନଙ୍କୁ ଅଟକାଯାଇଥିଲା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ସହ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗତକାଲି ଏଭଳି କିଛି ଘଟିନଥିବା କହିଥିଲେ । ହେଲେ ଆଜି ଖୋଦ୍ ରାଷ୍ଟ୍ରପତିଙ୍କ ମିଡିଆ ସଚିବଙ୍କ ଏଇ ବୟାନ ପରେ କ୍ଷୁବ୍ଧ ହୋଇଛନ୍ତି ସେବାୟତ। ମିଥ୍ୟା ଅଭିଯୋଗ ଆଣି ସେବାୟତ ସମାଜକୁ ବଦନାମ୍‌ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହି ଖଳନାୟକଙ୍କୁ ସାମ୍ନାକୁ ଅଣାଯିବାକୁ ସେବାୟତ ଦାବି କରିଛନ୍ତି।

Related story