ଏବେ ହେବନି ସମବାୟ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାର୍ଯ୍ୟକାଳ ସରୁଥିବା ସମବାୟ ସମିତି ଗୁଡ଼ିକରେ ଏବେ ନିର୍ବାଚନ ହେବନି। କାର୍ଯ୍ୟକାଳ ସମାପ୍ତ ସମବାୟ ସମିତି ଗୁଡ଼ିକ ଦାୟିତ୍ୱରେ ରହିବେ ସମବାୟ ନିରୀକ୍ଷକ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ନିର୍ବା   ଚନକୁ ଯିବା ପୂର୍ବରୁ ଆମେ ସମବାୟ ନୀତି ନିୟମକୁ ଠିକ୍ କରିବା ସହ ସମବାୟ ସମିତି ଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ସୁଦ୍ଧା ରାଜ୍ୟରେ ୧୯୨୬ଟି ସମବାୟ ସମିତିର […]

Ranendra-Pratap-Swain-1

Tapas Behera
  • Published: Friday, 31 January 2020
  • , Updated: 31 January 2020, 06:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାର୍ଯ୍ୟକାଳ ସରୁଥିବା ସମବାୟ ସମିତି ଗୁଡ଼ିକରେ ଏବେ ନିର୍ବାଚନ ହେବନି। କାର୍ଯ୍ୟକାଳ ସମାପ୍ତ ସମବାୟ ସମିତି ଗୁଡ଼ିକ ଦାୟିତ୍ୱରେ ରହିବେ ସମବାୟ ନିରୀକ୍ଷକ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ନିର୍ବା

 

ଚନକୁ ଯିବା ପୂର୍ବରୁ ଆମେ ସମବାୟ ନୀତି ନିୟମକୁ ଠିକ୍ କରିବା ସହ ସମବାୟ ସମିତି ଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ସୁଦ୍ଧା ରାଜ୍ୟରେ ୧୯୨୬ଟି ସମବାୟ ସମିତିର କାର୍ଯ୍ୟକାଳ ସରୁଥିବାବେଳେ ଫେବ୍ରୁଆରୀ ସୁଦ୍ଧା ୯୯୭ ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ଆଉ ୬୩ଟି ସମିତିର କାର୍ଯ୍ୟକାଳ ସରୁଛି।

 

ଅନିୟମିତତା ଅଭିଯୋଗ ଆସିଥିବା ସମବାୟ ସମିତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

 

କହିଛନ୍ତି ଯେ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମବାୟ ସମିତି ଅନିୟମିତତା ଅଭିଯୋଗର ତଦନ୍ତ ଚାଲିଛି। ତଦନ୍ତରେ ଦୋଷ ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

Related story