ସିମେଣ୍ଟ ଟ୍ରକ୍‌ରେ ଯାଉଥିଲା ୩୦୦ କେଜି ଗଞ୍ଜେଇ, ଅଳ୍ପକେ ବର୍ତ୍ତିଲେ ୮ କର୍ମଚାରୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସିମେଣ୍ଟ ଟ୍ରକ୍‌ରେ ଯାଉଥିଲା ୩୦୦ କେଜି ଗଞ୍ଜେଇ। ଟ୍ରକ୍‌କୁ ଜିପିଏସ୍ ଦ୍ୱାରା ନିୟନ୍ତ୍ରଣ କରୁଥିଲେ ମାଫିଆ। ଟ୍ରକ୍‌ଟି ଅବକାରୀ ଯାଞ୍ଚରୁ ବର୍ତ୍ତିବା ପାଇଁ ଫିଲ୍ମ ଷ୍ଟାଇଟରେ ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ଦେଇ ପଳାଇବାକୁ ଚେଷ୍ଟା ମଧ୍ୟ କରିଥିଲା। ହେଲେ ଅବକାରୀ ଗାଡ଼ି ପିଛା କରିବାରୁ ଟ୍ରକ୍‌କୁ ରାସ୍ତା ମଝିରେ ଛାଡ଼ି ଡ୍ରାଇଭର ଫେରାର ମାରିଛି। ଏହି ଟ୍ରକ୍‌ରୁ ପ୍ରାୟ ୩୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଅବକାରୀ ବିଭାଗ […]

truck-ganja

  • Published: Monday, 19 September 2022
  • , Updated: 20 September 2022, 12:01 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସିମେଣ୍ଟ ଟ୍ରକ୍‌ରେ ଯାଉଥିଲା ୩୦୦ କେଜି ଗଞ୍ଜେଇ। ଟ୍ରକ୍‌କୁ ଜିପିଏସ୍ ଦ୍ୱାରା ନିୟନ୍ତ୍ରଣ କରୁଥିଲେ ମାଫିଆ। ଟ୍ରକ୍‌ଟି ଅବକାରୀ ଯାଞ୍ଚରୁ ବର୍ତ୍ତିବା ପାଇଁ ଫିଲ୍ମ ଷ୍ଟାଇଟରେ ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ଦେଇ ପଳାଇବାକୁ ଚେଷ୍ଟା ମଧ୍ୟ କରିଥିଲା। ହେଲେ ଅବକାରୀ ଗାଡ଼ି ପିଛା କରିବାରୁ ଟ୍ରକ୍‌କୁ ରାସ୍ତା ମଝିରେ ଛାଡ଼ି ଡ୍ରାଇଭର ଫେରାର ମାରିଛି। ଏହି ଟ୍ରକ୍‌ରୁ ପ୍ରାୟ ୩୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଜବତ ହୋଇଛି। ଆଜି ଏନେଇ ଏକ ମାମଲା କରାଯାଇ ମାଫିଆଙ୍କୁ ଧରିବାକୁ ତଦନ୍ତ ଆରମ୍ଭ ହୋଇଛି।

ତେବେ ସବୁଠାରୁ ଅଲୋଚନାର ବିଷୟ ମାଫିଆମାନେ ଟ୍ରକ୍‌କୁ ରାସ୍ତା ମଝିରେ ଜିପିଏସ୍ ଲକ୍‌ କରିଦେଇଥିବାରୁ ଏହାକୁ ଅବକାରୀ ବିଭାଗ ରାସ୍ତା ପାଖକୁ ଆଣିବାରେ ନାହିଁ ନ ଥିବା ହିନସ୍ତା ହୋଇଛନ୍ତି। ଶେଷରେ ଟ୍ରକ୍‌କୁ କ୍ରେନ୍ ଦ୍ୱାରା ରାସ୍ତା ପାର୍ଶ୍ୱକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଟ୍ରକ ଧକ୍କାରେ ଅବକାରୀ ବିଭାଗର ଏକ ଗାଡ଼ି ଭାଙ୍ଗି ରୁଜି ଯାଇଛି। ହେଲେ ଗାଡ଼ିରୁ ତତ୍‌କ୍ଷଣାତ ଓହ୍ଲାଇବାରେ ସଫଳ ହୋଇଥିବାରୁ ୮ ଅବକାରୀ କର୍ମଚାରୀଙ୍କ ଜୀବନ ରକ୍ଷା ପାଇଯାଇଛି। ଜବତ ଗାଡ଼ିରେ ପଶ୍ଚିମବଙ୍ଗର ନମ୍ବର ପ୍ଲେଟ୍ ଲାଗିଛି। ଏଥିରୁ ୨ଶହ ବସ୍ତା ସିମେଣ୍ଟ ସହ ୧୨ଟି ପ୍ୟାକେଟରେ ଥିବା ତିନି କ୍ୟୁଣ୍ଟାଲ ଗଞ୍ଜେଇକୁ  ଜବତ କରାଯାଇଛି।

ଏନେଇ ଅବକାରୀ ଡେପୁଟି କମିଶନର ଅଶୋକ ଶତପଥୀ କହିଛନ୍ତି, ଫୁଲବାଣୀରୁ ବ୍ରହ୍ମପୁର ଏକ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଗତରାତି ୧ଟା ବେଳେ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା। ବିଭାଗୀ ଅଧିକାରୀମାନେ ବ୍ରହ୍ମପୁର ଫାଷ୍ଟଗେଟ ଅଞ୍ଚଳରେ ବ୍ଲକିଂ କରି ଜଗି ରହିଥିଲେ। ରାତି ୪ଟାରେ ବେଳେ ଟ୍ରକଟି ଫାଷ୍ଟଗେଟ ଦେଇ ଅତିକ୍ରମ କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ପ୍ରାୟ ୧୨୦ କିଲୋମିଟର ସ୍ପିଡ୍‌ରେ ଆସୁଥିବା ଟ୍ରକଟି ବ୍ଲକିଂ କରିଥିବା ଅବକାରୀ ବିଭାଗ ଭ୍ୟାନ୍‌କୁ ଧକ୍କାଦେଇ ଚାଲିଯାଇଥିଲା। ଏହି ଭ୍ୟାନ୍‌ରେ ବସିଥିବା କର୍ମଚାରୀମାନେ ଉପସ୍ଥିତ ବୁଦ୍ଧି ଖଟାଇ ଏଥିରୁ ଓହ୍ଲାଇ ପଡ଼ିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ସେପଟେ ଡ୍ରାଇଭର ଟ୍ରକକୁ ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ହେଲେ ଏହାକୁ ପ୍ରଥମ ଗେଟ ଠାରେ ଜଗି ରହିଥିବା ଅନ୍ୟ ଦୁଇଟି ସ୍କାଡ୍‌ ଅନ୍ୟ ଦୁଇଟି ଅବକାରୀ ବିଭାଗ ଭ୍ୟାନ୍‌ରେ ପିଛା କରିଥିଲେ। ଶେଷରେ ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଟ୍ରକ୍ ଛାଡ଼ି ଫେରାର ହୋଇଯାଇଥିଲା ଏହାର ଡ୍ରାଇଭର ଓ ଏଥିରେ ଥିବା ବ୍ୟକ୍ତିମାନେ। ଟ୍ରକ୍‌ଟି ଜିପିଏସ୍ ଲକ୍‌ ହୋଇଥିବାରୁ ସକାଳୁ ଜାତୀୟ ରାଜପଥ ପାର୍ଶ୍ୱକୁ ସ୍ଥାନାନ୍ତର କରାଯାଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ର ମୁଖ୍ୟ ମାଲିକ କଲିକତାରେ ବୋଲି ଜଣାପଡ଼ିଛି।

ଅବକାରୀ ନିରୀକ୍ଷକ ହୃଦୟ ଚନ୍ଦ୍ର ସାମନ୍ତ କହିଛନ୍ତି, ଏନେଇ ଏକ ମାମଲା କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

Related story