ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ କଲୋନୀରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଇଏସ୍ଆଇ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି । ତେବେ ସେ କାହାଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଗତ କିଛି ଦିନ ତଳେ ଆକ୍ରାନ୍ତଜଣକ ଜ୍ୱର ଥଣ୍ଡାରେ ପୀଡ଼ିତ ଥିଲେ । ଏହାପରେ ପରୀକ୍ଷା ପାଇଁ ତାଙ୍କ ସ୍ୱାବ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ମେଡ଼ିକାଲ୍ ଅଧିକ୍ଷକ କହିଛନ୍ତି ।