କରୋନା ସଙ୍କଟବେଳେ ସାମ୍ପ୍ରଦାୟିକ ସଦଭାବର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତ ସାଲବେଗଙ୍କ ଉଦାହରଣ ଦେଇ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଇଥିବା ସନ୍ଦେଶର ସୂଚନା ଦେଇଥିଲେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୁଲେଟିନରେ ମୁଖପାତ୍ର ଶ୍ରୀ […]

g909

Tapas Behera
  • Published: Monday, 06 April 2020
  • , Updated: 06 April 2020, 06:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତ ସାଲବେଗଙ୍କ ଉଦାହରଣ ଦେଇ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଇଥିବା ସନ୍ଦେଶର ସୂଚନା ଦେଇଥିଲେ।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୁଲେଟିନରେ ମୁଖପାତ୍ର ଶ୍ରୀ ବାଗଚୀ କହିଥିଲେ ଯେ, ସାମ୍ପ୍ରଦାୟିକତା ମନୋଭାବ ହେଉଛି ଭୂତାଣୁ(ଭାଇରସ)ଠୁ ବି ଭୟଙ୍କର। ଓଡ଼ିଶା ସାମ୍ପ୍ରଦାୟିକ ମନୋଭାବର ରାଜ୍ୟ ନୁହେଁ। ଓଡ଼ିଶାରେ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ମଧ୍ୟ ନାହିଁ। କିମ୍ବଦନ୍ତୀର ଉଦାହରଣ ଦେଇ ଶ୍ରୀ ବାଗଚୀ କହିଥିଲେ ଯେ,ଭକ୍ତ ସାଲବେଗ ଥରେ ରଥଯାତ୍ରା ସମୟରେ ବୃନ୍ଦାବନରେ ଅଟକି ଯାଇଥିଲେ। ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା।

ତେଣୁ ସେ କହିଥିଲେ ଯେ, ‘ସାତଶ ପଚାଶ କୋଶ ଚାଲି ନପାରଇ,ମୁଁ ଯିବା ଯାଏ ନନ୍ଦିଘୋଷ ଥିବ ରହି’। ଆଉ ସାଲବେଗ ଆସିବା ପର୍ଯ୍ୟନ୍ତ ମହାପ୍ରଭୁ ରଥରେ ହିଁ ରହିଥିଲେ। ଏବେବି ରଥଯାତ୍ରା ସମୟରେ ପୁରୀର ବଳଗଣ୍ଡି ଛକଠାରେ ଭକ୍ତ ସାଲବେଗଙ୍କ ସମାଧି ନିକଟରେ ରଥ କିଛି ସମୟ ପାଇଁ ଅଟକି ଯାଏ। ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଚୈତନ୍ୟଦେବଙ୍କଠୁ ଗୁରୁନାନକ-ଉପଗୁପ୍ତଙ୍କଠୁ ସାଲବେଗ ପର୍ଯ୍ୟନ୍ତ ଚିରଦିନ ସମନ୍ୱୟର ତୀର୍ଥସ୍ଥଳ ଓଡ଼ିଶା ରହିଆସିଛି। ଓଡ଼ିଶାରେ ମାନବ ଧର୍ମଠୁ ବଡ଼ କିଛି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ଦେଶ ଦେଇଛନ୍ତି।
ତେବେ ‘କରୋନା’ ସଙ୍କଟବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବାର ସନ୍ଦେଶ କାହିଁକି ଦେଲେ ତାକୁ ନେଇ ଚର୍ଚ୍ଚା।

Related story