ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୩ରେ ପହଞ୍ଚି ଯାଇଛି। ୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ ଜଣ ହୋଇଥିବା ବେଳେ ବେଳେ ସୁନ୍ଦରଗଡ଼, ପୁରୀ, ରାୟଗଡ଼ା, ଗଞ୍ଜାମ, କଟକ ଓ ବରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 2. A 68-year old male […]

CORONA-11-1-1

Tapaswini Nayak
  • Published: Monday, 17 August 2020
  • , Updated: 17 August 2020, 01:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୩ରେ ପହଞ୍ଚି ଯାଇଛି।

୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ ଜଣ ହୋଇଥିବା ବେଳେ ବେଳେ ସୁନ୍ଦରଗଡ଼, ପୁରୀ, ରାୟଗଡ଼ା, ଗଞ୍ଜାମ, କଟକ ଓ ବରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


୪ ନୂଆ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୮ରେ ପହଞ୍ଚିଯାଇଛି। ସେହିପରି ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ ପୁରୀରେ ୯, ରାୟଗଡ଼ାରେ ୧୫, ଗଞ୍ଜାମରେ ୧୫୫, କଟକରେ ୧୮ ଓ ବରଗଡ଼ରେ ୪ରେ ପହଞ୍ଚିଛି।


ସୂଚନାଯୋଗ୍ୟ, ରାଜ୍ୟରେ ଆହୁରି ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁ ଅନ୍ୟାନ୍ୟ କାରଣରୁ ଘଟିଥିବା କୁହାଯାଇଛି।

Related story