ଚାହୁଁ ଚାହୁଁ ୭୨ ମୁଣ୍ଡ ନେଇଗଲା ଭୂତାଣୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଉଗ୍ର ହେଉଛି କରୋନା। ଏବେ ସୁଦ୍ଧା ୧୮ ହଜାରରୁ ଅଧିକ ଲୋକ ମହାମାରୀ କବଳକୁ ଆସି ସାରିଥିଲା ବେଳେ ମୃତ୍ୟୁ ସଂଖ୍ୟା ଶହେ ମୁହାଁଇଲାଣି।  ସବୁଠୁ ବଡ଼ କଥା ହେଉଛି ଜୁଲାଇ ମାସର ୨୦ ଦିନରେ ଭୟଙ୍କର ଭୂତାଣୁ ୭୨ ମୁଣ୍ଡ ନେବା ସହ ୧୧ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କଲାଣି। ସ୍ଥିତି ବିଗୁଡୁଥିବାରୁ ୪ ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳ ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ବି ଫେରିଲାଣି ତାଲାବନ୍ଦ […]

corona news in odia

Tapas Behera
  • Published: Monday, 20 July 2020
  • , Updated: 20 July 2020, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଉଗ୍ର ହେଉଛି କରୋନା। ଏବେ ସୁଦ୍ଧା ୧୮ ହଜାରରୁ ଅଧିକ ଲୋକ ମହାମାରୀ କବଳକୁ ଆସି ସାରିଥିଲା ବେଳେ ମୃତ୍ୟୁ ସଂଖ୍ୟା ଶହେ ମୁହାଁଇଲାଣି।  ସବୁଠୁ ବଡ଼ କଥା ହେଉଛି ଜୁଲାଇ ମାସର ୨୦ ଦିନରେ ଭୟଙ୍କର ଭୂତାଣୁ ୭୨ ମୁଣ୍ଡ ନେବା ସହ ୧୧ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କଲାଣି। ସ୍ଥିତି ବିଗୁଡୁଥିବାରୁ ୪ ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳ ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ବି ଫେରିଲାଣି ତାଲାବନ୍ଦ କଟକଣା।

ସରକାରୀ ତଥ୍ୟ କହୁଛି କେବଳ ଜୁଲାଇ ମାସରେ କରୋନା ୧୧ ହଜାର(୧୧,୦୪୫)ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୭୨ ଜଣଙ୍କ ଜୀବନ ନେଲାଣି । କେବଳ ସେତିକି ନୁହେଁ ଏଇ ୨୦ ଦିନରେ ଯେତିକି ଲୋକ ଆକ୍ରାନ୍ତ ହେଲେଣି ତାର ୩୧ ପ୍ରତିଶତ ହେଉଛନ୍ତି ଲୋକାଲ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ । ଗଞ୍ଜାମରେ ସ୍ଥିତି ଆହୁରି ଦୟନୀୟ । ଜିଲ୍ଲାରେ ଗୋଟିଏ ଦିନରେ ଆଜି ସର୍ବାଧିକ ୫ ଜଣଙ୍କ ଜୀବନ ନେବା ସହ ୨୩୯ ଲୋକଙ୍କୁ ନିଜ ପଞ୍ଛାକୁ ନେଇଛି ମହାମାରୀ।

ଏଥିସହ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୯କୁ ବଢ଼ିବା ସହ ଆକ୍ରାନ୍ତଙ୍କ ୫ ହଜାର ୭୬୬କୁ ବଢ଼ିଛି । ତେବେ ଏଭଳି ସ୍ଥିତିରେ ଆଶାର କିରଣ ଆଣିଥିବା ପ୍ଲାଜ୍‌ମା ଥେରାପିକୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାର ମୁଖ୍ୟ ଅସ୍ତ୍ର କରିଛନ୍ତି ସରକାର । ବଢ଼ିବାରେ ଲାଗିଛି ପ୍ଲାଜମା ଦାନ ଅଭିଯାନ । କରୋନାକୁ ହରାଇ ସୁସ୍ଥ ହୋଇଥିବା କିଛି ଏନ୍‌ଡିଆରଏଫ୍ ଯବାନ ଆଜି କଟକ ଏସ୍‌ସିବି ମେଡିକାଲକୁ ପ୍ଲାଜମା ଦାନ କରିଥିଲା ବେଳେ ଅନ୍ୟ ସମସ୍ତ ଯବାନ ବି ପ୍ଲାଜମା ଦେବାକୁ ଇଚ୍ଛୁକ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଂକ୍ରମଣରୁ ଆରୋଗ୍ୟ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଅପିଲ୍ କରିଛନ୍ତି।

ଏପଟେ ୪ ଜିଲ୍ଲା-କଟକ,ଯାଜପୁର, ଖୋର୍ଦ୍ଧା ଓ ଗଞ୍ଜାମ ସହ ରାଉରକେଲା ପରେ ବାକି ଅଞ୍ଚଳରେ ବି ଫେରିବାରେ ଲାଗିଛି ତାଲାବନ୍ଦ କଟକଣା । ସଂକ୍ରମଣ ବଢୁଥିବାରୁ କାଲିଠୁ ନବରଙ୍ଗପୁର ଜିଲ୍ଲାକୁ ୨ ଦିନ ପାଇଁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି।  ସେହିପରି ସୁବର୍ଣ୍ଣପୁରର ୧୫ ପଞ୍ଚାୟତକୁ ଆସନ୍ତା ୩୧ ତାରିଖ ଯାଏ ଶଟ୍‌ଡାଉନ୍,  କୋରାପୁଟ ଜିଲ୍ଲାର କୋରାପୁଟ, ସୁନାବେଡ଼ା, ଜୟପୁର ମ୍ୟୁନ୍ସିପାଲଟି ଏବଂ କୋଟପାଡ ଏନ୍ଏସି ସମେତ ବହୁ ପଞ୍ଚାୟତକୁ ୨୭ ଯାଏଁ ଲକ୍‌ଡାଉନ୍, ବାଲେଶ୍ୱର ଜଳେଶ୍ୱର ପୌରାଞ୍ଚଳକୁ ୮ ଦିନିଆ ଶଟଡାଉନ୍ ଏବଂ ଭଦ୍ରକ ଧାମନଗର ଏନ୍ଏସିକୁ ଆସନ୍ତା ୩୧ ଯାଏଁ ସଂପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି ।

Related story