ଆଖି ବୁଜିଲେ ଆଉ ୬, ରାଜ୍ୟରେ ୧୦୦ ପାର୍‌ କଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦ ପାର୍‌ କରି ସାରିଲାଣି। ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୯୭ ଥିବା ବେଳେ ଆଜି ତାହା ୧୦୩ ଛୁଇଁଛି। ଫଳରେ ରାଜ୍ୟରେ ନୂଆ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଯୋଗୁ ପ୍ରାଣ ହରାଇଥିବା ନୂଆ ୬ ଜଣଙ୍କ ମଧ୍ୟରୁ ୫ ପୁରୁଷ ଥିବା ବେଳେ ଜଣେ ଯୁବତୀ ଅଛନ୍ତି। […]

odisha234

Niharika Rout
  • Published: Tuesday, 21 July 2020
  • , Updated: 21 July 2020, 11:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦ ପାର୍‌ କରି ସାରିଲାଣି। ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୯୭ ଥିବା ବେଳେ ଆଜି ତାହା ୧୦୩ ଛୁଇଁଛି। ଫଳରେ ରାଜ୍ୟରେ ନୂଆ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କରୋନା ଯୋଗୁ ପ୍ରାଣ ହରାଇଥିବା ନୂଆ ୬ ଜଣଙ୍କ ମଧ୍ୟରୁ ୫ ପୁରୁଷ ଥିବା ବେଳେ ଜଣେ ଯୁବତୀ ଅଛନ୍ତି। ମୃତକମାନେ କେନ୍ଦ୍ରାପଡ଼ା, ଗଜପତି, ଖୋର୍ଦ୍ଧା, ରାୟଗଡ଼ା, ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ କଟକର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ଜଣାଯାଇଛି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କଟକରେ ଜଣେ ୨୬ ବର୍ଷୀୟା ଯୁବତୀ କରୋନାରେ ଆଖି ବୁଜିଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଖି ବୁଜିଥିବା ବୃଦ୍ଧଙ୍କ ବୟସ ୬୩ ବର୍ଷ ହୋଇଥିବା ବେଳେ ଗଜପତି ଜିଲ୍ଲାର ଜଣେ ୬୮ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଉଭୟ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ।

ଜଗତସିଂପୁର ଜିଲ୍ଲାର ଜଣେ ୫୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳ ସେ କ୍ୟାନସରରେ ପୀଡ଼ିତ ଥିଲେ। ଏହାବ୍ୟତୀତୀ ରାୟଗଡ଼ାର ଜଣେ ୭୪ ବର୍ଷୀୟ ବୃଦ୍ଧ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ କରୋନାରେ ଆଖି ବୁଜିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧ ପୂର୍ବରୁ ରୋଗରେ ପୀଡ଼ିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି।

ଏହାବ୍ୟତୀତ କରୋନାରେ ଆକ୍ରାନ୍ତ ହୋଇ  ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।  ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ  ୪୦ ବର୍ଷୀୟା ମହିଳା ଓ ପୁରୀର ଜଣେ ୪୬ ବର୍ଷୀୟା ମହିଳା ଥିବା ବେଳେ ଉଭୟ କ୍ୟାନସରରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, କରୋନା ମହାମାରୀର ଉଗ୍ର ରୂପ ଦେଖିବାକୁ ମିଳିଛି ଜୁଲାଇ ମାସରେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ  ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚି ଗଲାଣି। ସେଥିମଧ୍ୟରୁ କେବଳ ଜୁଲାଇରେ ହିଁ ଗଲାଣି ୭୮ ଜୀବନ ।

କୋଭିଡ୍ ପଞ୍ଝାକୁ ରାଜ୍ୟ ଆସିବା ପରେ ପ୍ରଥମ ମୃତ୍ୟୁ ହୋଇଥିଲା ଏପ୍ରିଲ୍ ୬ରେ । ଏହାପରେ ମେରେ ୬ଟି ମୁଣ୍ଡ ଗଡ଼ି ମାସ ଶେଷ ସୁଦ୍ଧା ୭ରେ ସୀମିତ ଥିଲା ସଂଖ୍ୟା । ଜୁନ୍‌ରେ ଆଉ ୧୮ ମୁଣ୍ଡ ଗଡ଼ି ମାସ ଶେଷ ବେଳକୁ ସଂଖ୍ୟା ୨୫କୁ ବଢ଼ିଲା । ଆଉ ଜୁଲାଇରେ ତ ଭୟାନକ ସ୍ଥିତି । ମାତ୍ର ୧୧ ଦିନରେ ମୃତ୍ୟୁହାର ଦୁଇଗୁଣା ହୋଇଛି। ଆଉ ୨୦ ତାରିଖ ସୁଦ୍ଧା ଏହି ସଂଖ୍ୟା ୭୨ ଛୁଇଁଲାଣି। ଜୁନ୍‌ ମାସରେ ୧୮ ଜୀବନ ନେବାକୁ ମହାମାରୀ ଯେଉଁଠି ମାସେ ସମୟ ନେଇଥିଲା ଡେଞ୍ଜର ଜୁଲାଇର ପ୍ରଥମ ୧୧ ଦିନରେ ହିଁ ୩୬ ଜଣଙ୍କ ଜୀବନ ନେଇ ଏବେ ଏହି ସଂଖ୍ୟା ୧୦୦ ପାର କରି ସାରିଛି।

Related story