କରୋନା ଆଖି ବୁଜିଲେ ୬, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୨୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୧୨୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩, ଗଜପତିରୁ ଜଣେ ଭଦ୍ରକରୁ ଜଣେ, ରାୟଗଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ଗଞ୍ଜାମ ଜିଲ୍ଲାର ୨ ମହିଳା ଥିବା ଜଣାଯାଇଛି। Regret to […]

corona-b-8

Niharika Rout
  • Published: Friday, 24 July 2020
  • , Updated: 24 July 2020, 11:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୧୨୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩, ଗଜପତିରୁ ଜଣେ ଭଦ୍ରକରୁ ଜଣେ, ରାୟଗଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ଗଞ୍ଜାମ ଜିଲ୍ଲାର ୨ ମହିଳା ଥିବା ଜଣାଯାଇଛି।

ଗଞ୍ଜାମ ଜିଲ୍ଲାର ୨ ମୃତ ମହିଳାଙ୍କ ବୟସ ୫୦, ୫୯ ହୋଇଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୪୪ ବର୍ଷ। ଏହି ବ୍ୟକ୍ତିଜଣକ ମଧୁମେହରେ ପୀଡ଼ିତ ଥିଲେ।

ରାୟଗଡ଼ାର ଜଣେ ୭୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କୀଡନୀଜନିତ ରୋଗରେ ପୀଡ଼ିତ ଥିଲେ।  ଏହାବ୍ୟତୀତ ଭଦ୍ରକର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ସେମାନଙ୍କ ବ୍ୟତୀତ ଗଜପତି ଜିଲ୍ଲାର ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି।

Related story