ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ଜଣାଯାଇଛି।
ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଥିବା ଜଣାଯାଇଛି। ମୃତା ମହିଳା ୩ ଜଣ ପୁରୀ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ବୋଲି ଜଣାଯାଇଛି।ମାଲକାନଗିରି ଜିଲ୍ଲାରେ ୬୨ ବର୍ଷ ବୟସ୍କା ମହିଳା ହାଇପରଟେନସନରେ ପୀଡ଼ିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। କରୋନା ଯୋଗୁ ଗଂଜାମରେ ପ୍ରାଣ ହରାଇଥିବା ୬୦ ବର୍ଷୀୟା ମହିଳା ଡାଇବେଟିସ୍ ଓ ହାଇପରଟେନସନ୍ରେ ପୀଡ଼ିତ ଥିଲେ ।
କନ୍ଧମାଳର ମୃତକ ପୁରୁଷଜଣକ ଲିଭର ସମସ୍ୟା, ଜଣ୍ଡିସ ଓ ହେପାଟିକଏନ୍ସେ ଫାଲୋପାଥିରେ ପୀଡ଼ିତ ଥିଲେ । ତାଙ୍କର ବୟସ ୫୦ ବର୍ଷ । ବାଲେଶ୍ୱର ଜିଲ୍ଲାର ୪୬ ବର୍ଷର ପୁରୁଷ କରୋନାରେ ଆଖି ବୁଜିଥିବା ବେଳେ ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ପୁରୀର ଜଣେ ମହିଳା କରୋନାରେ ଆଖି ବୁଜିଥିବା ବେଳେ ତାଙ୍କ ବୟସ ୫୫।
Regret to inform the demise of five Covid positive patients while under treatment in hospitals.
1. A 46-year old male of Balasore district who was also suffering from Diabetes and Hypertension.
2. A 55-year old female of Puri district.
— H & FW Dept Odisha (@HFWOdisha) July 29, 2020
3. A 60-year old female of Ganjam district who was also suffering from Diabetes and Hypertension.
4. A 50-year old male of Phulbani district who was also suffering from Alcoholic Liver disease, Jaundice and Hepatic encephalopathy.
— H & FW Dept Odisha (@HFWOdisha) July 29, 2020
5. A 62-year old female of Malkangiri district who was also suffering from Hypertension.
— H & FW Dept Odisha (@HFWOdisha) July 29, 2020