ରାଜ୍ୟରେ କରୋନା ଔଷଧକୁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିର୍ଦ୍ଦେଶ ପରେ ଫେଭିପିରାଭିର ଟାବଲେଟ୍ ଓ ରେମଡେସିଭିର ଇଞ୍ଜେକ୍ସନକୁ ଓଡ଼ିଶାରେ ବ୍ରିକି ପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏହି ଦୁଇ ଔଷଧ ଓ ଇଞ୍ଜେକ୍ସନକୁ କୋଭିଡ୍ ଚିକିତ୍ସା ପାଇଁ ଉପଯୋଗ କରାଯାଉଛି। ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ, ସେଗୁଡ଼ିକ କେବଳ ମେଡିକାଲ ବିଶେଷଜ୍ଞ(ଡାକ୍ତର)ଙ୍କ ପ୍ରେସିକ୍ରିପସନ ଅନୁସାରେ ବ୍ରକି ହେବ। ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ରୋଗୀ କିମ୍ବା ତାଙ୍କ ପ୍ରତିନିଧି […]

fave

Manoranjan Sial
  • Published: Saturday, 12 September 2020
  • , Updated: 12 September 2020, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିର୍ଦ୍ଦେଶ ପରେ ଫେଭିପିରାଭିର ଟାବଲେଟ୍ ଓ ରେମଡେସିଭିର ଇଞ୍ଜେକ୍ସନକୁ ଓଡ଼ିଶାରେ ବ୍ରିକି ପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏହି ଦୁଇ ଔଷଧ ଓ ଇଞ୍ଜେକ୍ସନକୁ କୋଭିଡ୍ ଚିକିତ୍ସା ପାଇଁ ଉପଯୋଗ କରାଯାଉଛି।

ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ, ସେଗୁଡ଼ିକ କେବଳ ମେଡିକାଲ ବିଶେଷଜ୍ଞ(ଡାକ୍ତର)ଙ୍କ ପ୍ରେସିକ୍ରିପସନ ଅନୁସାରେ ବ୍ରକି ହେବ। ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ରୋଗୀ କିମ୍ବା ତାଙ୍କ ପ୍ରତିନିଧି ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସମ୍ମତି ଦେବା ବାଧ୍ୟତାମୂଳକ। ଏହି ଔଷଧ ଓ ଇଞ୍ଜେକ୍ସନ କେବଳ ବୈଧ ଔଷଧ ଲାଇସେନ୍ସ ଥିବା ଡାକ୍ତରଖାନା/ନର୍ସିଂହୋମ ସହିତ ସଂଲଗ୍ନ ଘରୋଇ ଖୁଚୁରା କେମିଷ୍ଟଙ୍କ ମାଧ୍ୟମରେ ରୋଗୀ ଓ ତାଙ୍କ ପ୍ରତିନିଧିଙ୍କ ନିମନ୍ତେ ଉପଲବ୍ଧ ହେବ। ଯେଉଁଠାରେ ଡାକ୍ତରଖାନା କିମ୍ବା ନର୍ସିଂହୋମରେ କୌଣସି ଘରୋଇ ଖୁଚୁରା କେମିଷ୍ଟ ଦୋକାନ ନଥିବ, ସ୍ଥାନୀୟ ଡ୍ରଗ୍ସ ଇନ୍ସପେକ୍ଟର ଗୋଟିଏ କିମ୍ବା ଅଧିକ ଖୁଚୁରା କେମିଷ୍ଟ ଦୋକାନ ଚିହ୍ନଟ କରିବେ, ଯାହା ମାଧ୍ୟମରେ ଔଷଧ ଉପଲବ୍ଧ ହେବ। ରିଟେଲ୍ କେମିଷ୍ଟ ଦୋକାନ ବାଧ୍ୟତାମୂଳକ ଭାବେ ପ୍ରେସିକ୍ରିପସନର ଫଟୋଗ୍ରାଫି, ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଲିଖିତ ସମ୍ମତିର ଜେରକ୍ସ, କ୍ରେତାଙ୍କ ଆବାସିକ ପ୍ରମାଣପତ୍ର ଓ ଔଷଧ ଯୋଗାଇବା ପୂର୍ବରୁ ତାଙ୍କ ଯୋଗାଯୋଗ ବିବରଣୀ ସହିତ ଯାଂଚ ପାଇଁ ରେକର୍ଡ ଭାବରେ ରଖିବା ଡ୍ରଗ୍ସ ଓ କସମେଟିକ୍ସ ନିୟମ ଅନୁସାରେ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବା ବାଧ୍ୟତାମୂଳକ।

ସୀମିତ ଜରୁରୀକାଳୀନ ବ୍ୟବହାର ଅଧୀନରେ ଔଷଧର ଉପଯୁକ୍ତ ବ୍ୟବହାର ନିଶ୍ଚିତ କରିବାକୁ କେବଳ ଡାକ୍ତରଖାନା/ଅନୁଷ୍ଠାନଗୁଡ଼ିକରେ ବ୍ୟବହାର ପାଇଁ ରେମଡେସିଭିର ପ୍ରକ୍ରିୟାକରଣ ଯୋଗାଇବା ଆବଶ୍ୟକ। କୌଣସି କ୍ଷେତ୍ରରେ ରେମଡେସିଭିର କୌଣସି ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ସିଧାସଳଖ ବିକ୍ରୟ କରାଯିବ ନାହିଁ। ରିଟେଲ କେମିଷ୍ଟ ଉପରୋକ୍ତ ଔଷଧ କ୍ରୟ-ବିକ୍ରୟ ସମ୍ବନ୍ଧୀୟ ବିବରଣୀକୁ ସମ୍ପୃକ୍ତ ଅଂଚଳର ଡ୍ରଗ୍ସ ଇନ୍ସପେକ୍ଟରକୁ ସାପ୍ତାହିକ ଭିତ୍ତିରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related story