ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ପଶିଲା ‘କରୋନା’

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଚୌଦ୍ୱାର ସେଣ୍ଟ୍ରାଲ ଜେଲ୍‌ ପରେ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ପଶିଲା ମହାମାରୀ ‘କରୋନା’। ଏଠାରେ ୪୩ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ୩୩ ଜଣ କଏଦୀ ଓ ୧୦ କର୍ମଚାରୀ ଅଛନ୍ତି। ଏନେଇ ବ୍ରହ୍ମପୁର ଜେଲ୍‌ ଅଧିକ୍ଷକ କୁଳମଣି ବେହେରା ସୂଚନା ଦେଇଛନ୍ତି। ପଜିଟିଭ୍‌ ଜଣାପଡ଼ିବା ପରେ ଉପଜିଲ୍ଲାପାଳ ଜେଲ୍‌ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେମାନଙ୍କର ଚିକିତ୍ସା ଜେଲ୍‌ରେ ନା କୋଭିଡ୍‌ ହସ୍ପିଟାଲ୍‌ରେ ହେବ, ତାହା ଆସନ୍ତାକାଲି ନିଷ୍ପତ୍ତି […]

centreal-jail

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 10:09 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଚୌଦ୍ୱାର ସେଣ୍ଟ୍ରାଲ ଜେଲ୍‌ ପରେ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ପଶିଲା ମହାମାରୀ ‘କରୋନା’। ଏଠାରେ ୪୩ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ୩୩ ଜଣ କଏଦୀ ଓ ୧୦ କର୍ମଚାରୀ ଅଛନ୍ତି। ଏନେଇ ବ୍ରହ୍ମପୁର ଜେଲ୍‌ ଅଧିକ୍ଷକ କୁଳମଣି ବେହେରା ସୂଚନା ଦେଇଛନ୍ତି। ପଜିଟିଭ୍‌ ଜଣାପଡ଼ିବା ପରେ ଉପଜିଲ୍ଲାପାଳ ଜେଲ୍‌ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେମାନଙ୍କର ଚିକିତ୍ସା ଜେଲ୍‌ରେ ନା କୋଭିଡ୍‌ ହସ୍ପିଟାଲ୍‌ରେ ହେବ, ତାହା ଆସନ୍ତାକାଲି ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ମହାମାରୀ ‘କରୋନା’ରୁ ଆରୋଗ୍ୟ ହୋଇଥିବା ଜିଲ୍ଲାର ୩୧ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିବେ। ପୁଲିସ ପ୍ଲାଜମା ଦେବା ନେଇ ଗଞ୍ଜାମ ଏସ୍‌ପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୩୬୨ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରୁ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୨୧୯ ଜଣ କରୋନା ଆକ୍ରାନ୍ତ ଏବେ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୫ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story