ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ତଳମୁହାଁ ହେଉଛି ମହାମାରୀ କରୋନା। ଦିନକୁ ଦିନ ଖସୁଛୁ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୫ଶହ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୮୮ଟି କରୋନା ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୨୨୬ଟି ଓ ଲୋକାଲ୍ କେସ୍ ୧୬୨ ଚିହ୍ନଟ ହୋଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମାଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୮୬୯କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧, ବରଗଡରୁ୯, ଭଦ୍ରକରୁ୫, ଉଲାଙ୍ଗିରରୁ୭, ବୌଦ୍ଧରୁ ୩, କଟକରୁ୨୧, ଦେଓଗଡରୁ ୫, ଢ଼େଙ୍କାନାଳରୁ ୧୧, ଗଜପତି ୩୦, ଗଞ୍ଜାମ ୭, ଜଗତସିଂହପୁର ୭, ଯାଜପୁର ୨୩, ଝାରସୁଗୁଡା ୧୩, କମାହାଣ୍ଡି ୩, କନ୍ଧମାଳ ୪, କେନ୍ଦ୍ରାପଡା ୧୫, କେନ୍ଦୁଝର ୮, କୋରାପୁଟ ୧୨, ମାଲକାନଗିରି ୩, ମୟୂରଭଞ୍ଜ ୨୦, ନବରଙ୍ଗପୁର ୮, ନୟାଗଡ ୧୩, ନୂଆପଡା ୮, ପୁରୀ ୩, ରାୟଗଡା ୨୦, ସମ୍ବଲପୁର ୨୪, ସୁନ୍ଦରଗଡ ୧୬ ଓ ଷ୍ଟେଟପୁଲରୁ ୧୩ ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୨୮୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୬୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୬୮୧୫୮ଜଣ ସୁସ୍ଥ ହୋଇଛନ୍ତି।
https://twitter.com/IPR_Odisha/status/1495601531806261258?s=20&t=1i9q5ymhiT48d7I7XmB3Pw
https://twitter.com/IPR_Odisha/status/1495601540903673863?s=20&t=1i9q5ymhiT48d7I7XmB3Pw