ବିନା ଲକ୍ଷଣରେ ବାହାରୁଛି କରୋନା ; ଚିନ୍ତା ବଢ଼ାଇଲା ୮ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରଙ୍କ ଚିନ୍ତା ବଢ଼ାଇଛି।  ଯାଜପୁରର ୬ ଜଣଙ୍କଠାରେ ପ୍ରାୟ ମାସେ ଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିଲା । ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । କେସ୍ ନମ୍ବର ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି । ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ […]

corona-3-1

Niharika Rout
  • Published: Monday, 27 April 2020
  • , Updated: 27 April 2020, 09:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରଙ୍କ ଚିନ୍ତା ବଢ଼ାଇଛି।  ଯାଜପୁରର ୬ ଜଣଙ୍କଠାରେ ପ୍ରାୟ ମାସେ ଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିଲା । ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । କେସ୍ ନମ୍ବର ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି ।

ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ସେମାନଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । କେବଳ ପଶ୍ଚିମବଙ୍ଗରୁ ଫେରିଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ସେମାନେ ପଜିଟିଭ ଜଣାପଡ଼ିଥିଲେ ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଗୁଡ଼ଗୁଡ଼ ଯୋରର ୧୦୧ ଓ ୧୦୨ ନମ୍ବର ଆକ୍ରାନ୍ତ ୬୯ ନମ୍ବର ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ୧୦୧ ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ହୋଇଥିବା ବେଳେ, ୧୦୨ ନମ୍ବର ତାଙ୍କ ପଡ଼ୋଶୀ ।  ୬୯ ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଡ଼ୋଶୀ ବୋଲି ଦର୍ଶାଯାଇଥିଲା । ପୂର୍ବରୁ ବିଶ୍ରା ଅଞ୍ଚଳର ୫୧ ନମ୍ବର ଆକ୍ରାନ୍ତ ନିଜାମୁଦ୍ଦିନ ଯାଇଥିବା ବେଳେ ସଂକ୍ରମିତ ହୋଇଥିଲେ। ସେହିପରି ୫୨ ନମ୍ବର ଆକ୍ରାନ୍ତ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ।

 

Related story