ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ଆକ୍ରାନ୍ତ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦୨୫  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୮୧ଟି ହେଉଛି ଲୋକାଲ୍ କେସ୍‌। Covid-19 Report For 31st August New Positives Cases: 3025In quarantine: 1844Local contacts: 1181 (Details of local contacts will […]

corona-3.6

Niharika Rout
  • Published: Tuesday, 01 September 2020
  • , Updated: 01 September 2020, 11:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦୨୫  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୮୧ଟି ହେଉଛି ଲୋକାଲ୍ କେସ୍‌।


ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୬୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୧୨, ମୟୂରଭଞ୍ଜରୁ ୨୧୫, ଗଞ୍ଜାମରୁ ୨୦୭, ଢେଙ୍କାନାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୨୮, କୋରାପୁଟରୁ ୧୩୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଥିବା ବେଳେ ୭୭,୨୮୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୮,୭୧୯ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ୫୦୩ ଜଣଙ୍କ ମୃତ୍ୟୁ ଘଟିସାରିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ ହଜାର ୪୨୧ କରୋନା ଟେଷ୍ଟ ହୋଇଛି।  ଆଣ୍ଟିଜେନ୍‌ରେ ୪୩,୨୩୨, RTPCRରେ ୭,୦୮୬ ଓ ଟ୍ରୁନଟ୍ ମାଧ୍ୟମରେ ୧୦୩ ଟେଷ୍ଟ ହୋଇଛି।

Related story