ରାଜ୍ୟରେ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮  ଜିଲ୍ଲାରୁ ୧୦୬୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୦୬ଟି ଲୋକାଲ୍ କେସ୍। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୮,୦୬୦ ସୁସ୍ଥ ହୋଇସାରିଥିବା ବେଳେ ୧୦,୯୨୦ ଚିକିତ୍ସାଧୀନ ଅଛନ୍ତି। ନୂଆ ୧୦୬୮ ଆକ୍ରାନ୍ତଙ୍କ […]

coronavirus--11

Niharika Rout
  • Published: Wednesday, 29 July 2020
  • , Updated: 29 July 2020, 10:41 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮  ଜିଲ୍ଲାରୁ ୧୦୬୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୦୬ଟି ଲୋକାଲ୍ କେସ୍। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୮,୦୬୦ ସୁସ୍ଥ ହୋଇସାରିଥିବା ବେଳେ ୧୦,୯୨୦ ଚିକିତ୍ସାଧୀନ ଅଛନ୍ତି।

ନୂଆ ୧୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୫ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧାର ୧୯୪ ଜଣ ଅଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଅନୁଗୋଳରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୨୬, କଟକରୁ ୬୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୮୮, ଜଗତସିଂହପୁରରୁ ୩, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀରୁ ୧୬, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

Related story