ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୨୧,୨୭୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୩,୪୦୪ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି। ଅନ୍ୟାନ୍ୟ କାରଣରୁ ଆଉ ୩୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି […]

corona-2.3

Jitendra Garnayak
  • Published: Sunday, 02 August 2020
  • , Updated: 02 August 2020, 11:24 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୨୧,୨୭୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୩,୪୦୪ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି। ଅନ୍ୟାନ୍ୟ କାରଣରୁ ଆଉ ୩୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ନୂଆ ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୪୫ଟି ହେଉଛି ଲୋକାଲ୍ କେସ୍।

 

 

ସବୁଠୁ ଅଧିକ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ୩୨୦ଟି ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୧୮, ରାୟଗଡ଼ାରେ ୧୯୭ ଓ କଟକରେ ୧୨୩ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ଆଉ ୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୧୨, ବରଗଡ଼ରେ ୫, ଭଦ୍ରକରେ ୨୫, ବୌଦ୍ଧରେ ୫, ଦେବଗଡ଼ରେ ୨, ଢେଙ୍କାନାଳରେ ୧୩, ଗଜପତିରେ ୯୧, ଜଗତସିଂହପୁରରେ ୧୩, ଯାଜପୁରରେ ୫୭, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୧୮, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୨, କୋରାପୁଟରେ ୧୨, ମାଲକାନଗିରିରେ ୨୪, ମୟୂରଭଞ୍ଜରେ ଜଣେ, ନବରଙ୍ଗପୁରରେ ୨, ନୟାଗଡ଼ରେ ୮, ନୂଆପଡ଼ାରେ ୭, ପୁରୀରେ ୬୫, ସମ୍ବଲପୁରରେ ୫୧, ସୋନପୁରରେ ୬ ଓ ସୁନ୍ଦରଗଡ଼ରେ ୭୬ ଜଣ ଚିହ୍ନଟ ହୋଇଛନ୍ତି।

Related story